କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣରେ ୩୮ ବର୍ଷୀୟା ଡେପୁଟି ମାଜିଷ୍ଟ୍ରେଟ୍ଙ୍କର ମୃତ୍ୟୁ ହୋଇଛି । ଚନ୍ଦନନଗରରେ କାର୍ଯ୍ୟ କରୁଥିବା ଡେଦବତ୍ତା ରାୟଙ୍କ କୋରାନ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ତାଙ୍କର ୪ ବର୍ଷର ଛୋଟ ପୁଅ ରହିଛି । ସେ ହୁଗୁଳି ଜିଲ୍ଲାର ଚନ୍ଦନ ନଗରରେ ଡେପୁଟି ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରୁଥିଲେ । ଜୁଲାଇ ପ୍ରଥମ ସପ୍ତାହରେ ତାଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ଦେଖା ଦେଇଥିଲେ । ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା ।
କଲିକତା ଦମ୍ଦମ୍ରେ ଥିବା ନିଜ ଘରେ ସେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ରବିବାରରେ ତାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ଏହା ଜଟିଳ ହୋଇ ପଡିଥିଲା । ତୁରନ୍ତ ତାଙ୍କୁ ଶ୍ରୀରାମପୋରରେ ଥିବା ଶ୍ରମିଜୀବୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥଇଲା । ମାତ୍ର ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଚନ୍ଦନନଗରରେ ତାଙ୍କୁ ପ୍ରବାସୀ ଶ୍ରମିକମାନଙ୍କୁ ପଶ୍ଚିମବଙ୍ଗ ଫେରାଇ ଆଣିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସେ ଏହି କାର୍ଯ୍ୟର ଦେଖାଶୁଣା କରୁଥିଲେ ।
ଦେବଦତ୍ତାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଅନେକ ଶୋକ ବ୍ୟକ୍ତି କରିଛନ୍ତି । ଜଣେ ଯୁବ ଅଧିକାରିଣୀ ଲୋକଙ୍କ ପାଇଁ ସେବା ଯୋଗାଉଥିବା ବେଳେ ପ୍ରାଣ ହରାଇଥିବା ନେଇ ମମତା ବାନାର୍ଜୀ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହ ସେ ଦେବଦତ୍ତାଙ୍କ ପତିଙ୍କ ସହ କଥାବାର୍ତ୍ତା କରିଛନ୍ତି
୨୦୧୦ ମସିହାରେ ଦେବଦତ୍ତା ପଶ୍ଚିମବଙ୍ଗ ପ୍ରଶାସନିକ ସେବାରେ ସଫଳତା ହାସଲ କରିବା ପରେ ସରକାରୀ ସେବାରେ ଯୋଗ ଦେଇଥିଲେ । ପ୍ରଥମେ ସେ ବିଡିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ବେଶ୍ ଦୟାଳୁ ଥିବା ସହ ସହକର୍ମୀମାନଙ୍କୁ ବେଶ୍ କାର୍ଯ୍ୟରେ ସହଯୋଗ କରୁଥିଲେ । ସରକାରୀ ପଦରେ ଥାଇ ବି ସମସ୍ତ କର୍ମଚାରୀଙ୍କ ପାଇ ଚା ତିଆରି କରି ଯୋଗାଇବାରେ ସେ କୁଣ୍ଠା ବୋଧ କରୁ ନଥିଲେ । ସେ ବେଶ୍ ସାଧାରଣ ଓ ଲୋକଙ୍କ ସେବା କରିବା ପାଇଁ ଭଲ ପାଉଥିବା ବ୍ୟକ୍ତିଥିବା ତାଙ୍କ ସହକର୍ମୀମାନେ ସୂଚନା ଦେଇଛନ୍ତି।