Odia News Portal

କଳାହାଣ୍ଡିରେ ବବିଙ୍କ ମାନସ ମନ୍ଥନ

କଳାହାଣ୍ଡି : କଳାହାଣ୍ଡିରେ ବିଜେଡ଼ି ସାଙ୍ଗଠନିକ ସ୍ଥିତି ନେଇ ମାନସ ମନ୍ଥନ । ଜିଲ୍ଲାର ବରିଷ୍ଠ ନେତା, ମନ୍ତ୍ରୀ ଓ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସଂଗଠନ ସମ୍ପାଦକ ଦାୟିତ୍ୱ ନେବାପରେ ଦଳୀୟ କାର୍ଯ୍ୟକ୍ରମ ସାଙ୍ଗକୁ ଭବିଷ୍ୟତରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ପାଇଁ ଆଜି ପ୍ରଣବ କଳାହାଣ୍ଡିରେ ପହଞ୍ଚିଥିଲେ । ସେଠାରେ ସେ ନବନିର୍ମିତ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଏହି ଅବସରରେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏଥିସହ କଳାହାଣ୍ଡି ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏଥିସହିତ କଳାହାଣ୍ଡି ଜିଲ୍ଲାରେ ବିଜେଡ଼ିର ସାଙ୍ଗଠନିକ ସ୍ଥିତି ନେଇ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଗକୁ କଳାହାଣ୍ଡିରେ ବିଜେଡ଼ିର ସ୍ଥିତି ମଜବୁତ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହିତ କୋଭିଡ ସଚେତନତା ନେଇ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶର ଅନୁପାଳନ ପାଇଁ ମଧ୍ୟ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।