Odia News Portal

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ଯୁବ ବିଜେଡି

ନୀଳଗିରି : କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ନୀଳଗିରିରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ନୀଳଗିରିର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧ ଭାବେ ସମ୍ମାନିତ କରାଯାଇଛି । ଆଜି ସେହି କରୋନା ଯୋଦ୍ଧାମାନଙ୍କୁ ନୀଳଗିରି ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ନୀଳଗିରି ଉପ-ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ନୀଳଗିରି ଥାନା ଭାରପ୍ରାପ୍ତ ଅଧିକାରୀ ମିନତୀ ବିଶ୍ୱାଳ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଅଜୟ କୃଷ୍ଣ ସାମଲ, ନୀଳଗିରି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ, ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିତା ନାୟକ, ନୀଳଗିରି ତହସିଲଦାର ଅଶେଷ କୁମାର ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ସମ୍ବର୍ଦ୍ଧନା ଉତ୍ସବରେ ନୀଳଗିରିର ଯୁବ ଗୋଷ୍ଠୀ ଦଳର ନିର୍ବାଚନମଣ୍ଡଳୀ ଯୁବ ସଭାପତି ସବ୍ୟସାଚୀ ମହାପାତ୍ର, ଆଇଟି ୟୁଇଙ୍ଗ୍ସ ମୁଖ୍ୟ ଶିତିକଣ୍ଠ ଶତପଥୀ, ନଗର ଯୁବ ସଭାପତି ଅଭିଷେକ ବେହେରା, ନୀଳଗିରି ବ୍ଲକ ଯୁବ ସଭାପତି ରମା କାନ୍ତ ବେହେରା, ଔପଦା ବ୍ଲକ ଯୁବ ସଭାପତି ବିଜୟ କୁମାର ପ୍ରଧାନ, ଯୁବ ନେତା ପ୍ରବୀଣ କୁମାର ବାରିକ, ଚିନ୍ମୟ ସାହୁ, ଅବିନାଶ ରାଉତ, ଭବାନୀ ଶଙ୍କର ରଣା, ଉଦିତ ଆଚାର୍ଯ୍ୟ, ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।