ଭୁବନେଶ୍ବର : କରୋନା ଯୋର୍ଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରେ ସର୍ବାଧିକ ୯୮ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଞ୍ଜାମରୁ ୮୪ ଜଣ ଭଲ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦ ହଜାର ୮୭୭କୁ ବୃଦ୍ଧି ପାଇଛି ।
ସୁସ୍ଥ ମଧ୍ୟରେ ଅଛନ୍ତି ଯାଜପୁରର ୯୮, ଗଞ୍ଜାମର ୮୪, ସୁନ୍ଦରଗଡର ୪୬, ଗଜପତିର ୩୬, ଝାରସୁଗୁଡାର ୩୦, କେନ୍ଦୁଝରର ୧୭, ମାଲକାନଗିରିର ୧୭,ଜଗତସିଂହପୁରରେ ୧୭, ଖୋର୍ଦ୍ଧାର ୧୨, ଅନୁଗୁଳର ୮, ସୋନପୁରର ୭, ବରଗଡର ୬, ସମ୍ବଲପୁରର ୫, କେନ୍ଦ୍ରାପଡାର ୫, ଢେଙ୍କାନାଳର ୪, ଭଦ୍ରକ ଓ ବାଲେଶ୍ବରରୁ ୩ ଜଣ ଲଖାଏଁ ସୁସ୍ଥ ହେଇଛନ୍ତି। କଟକରୁ ୨ ଜଣ, ପୁରୀର ଜଣେ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।