Odia News Portal

ବିଧାୟକଙ୍କ କ୍ୱାର୍ଟର୍ସରୁ ନାଗ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ୟୁନିଟ୍‌-୧ ସ୍ଥିତ ସରକାରୀ ବାସଭବନ ପୋର୍ଟିକୋର ପିଲର ଖୁଣ୍ଟି ନିକଟରେ ଥିବା ଆଳଙ୍କାରିକ ଗଛ କୁଣ୍ଡ ତଳେ ଲୁଚି ରହିଥିଲା ।

ଉପସ୍ଥିତ ଲୋକେ ନାଗକୁ ଦେଖି ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଫୋନ୍‌ କରିଥିଲେ । ସ୍ନେକ୍‌ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ଉଦ୍ଧାର କରି ସହର ବାହାରେ ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିଲେ । ବିଧାୟକଙ୍କ ଘର ୟୁନିଟ୍‌-୧ର ମୁଖ୍ୟରାସ୍ତା କଡ଼ରେ ଥିବାବେଳେ ଏତେବଡ଼ ସାପ ସେ ଭିତରକୁ କେମିତି ପଶିଲା ତାହାକୁ ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା ।