Odia News Portal

ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ଘରୋଇ ଡାକ୍ତରଖାନାର ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ସବୁ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗାଇଡ ଲାଇନ ମୁତାବକ ।

୧ – ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରଖିବେ।

୨ – ବ୍ଲଡପ୍ରେସର ଚେକ୍ ମେସିନ ଓ ଷ୍ଟେଥୋକୁ ବ୍ୟବହାର କରିବା  ପାରେ ବାରମ୍ବର  ବିଶୋଧନ କରିବେ।

୩ – ଡାକ୍ତରଖାନାକୁ ଆସୁଥିବା  ସମସ୍ତ ରୋଗୀଙ୍କ ପଞ୍ଜିକରଣ କରିବା ସହ ହଟସ୍ପଟ ଅଞ୍ଚଳରୁ ରୋଗୀ ଆସୁଥିଲେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନନ୍ତର କରିବେ।

୪ – କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ ।

୫ – ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।