ଅନୁଗୁଳ : ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଅନୁଗୁଳ ଜିଳ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଏକ କାର୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ।
ସୂଚନାଯୋଗ୍ୟ ଯେ, Mc Dowells Luxury Premium ନାମକ ଏକ କାରରୁ ୭୨୦ ବୋତଲ ବିଦେଶୀ ମଦ ଜବତ ହୋଇଛି ବୋଲି ସୂଚନା ମିଳିଛି। ପାଖାପାଖି ୧୨୯.୬୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏକ ମାରୁତି ସୁଇଫ୍ଟ କାରରେ ଏହି ମଦ ବୋତଲ ଥିଲା। ଏହି ଘଟଣାରେ ଜରାସିଂଘାର ଗଜେନ୍ଦ୍ର ସାହୁ ଏବଂ କୁମଣ୍ଡ ଚଣ୍ଡୀ ବଜାରର ଅଜୟ କୁମାର ବେହେରାଙ୍କୁ ଗିରଫ କରିଛି।
ସବୁଠାରୁ ବଡ଼ କଥାହେଲା ଏଗୁଡିକ ଅରୁଣାଚଳ ପ୍ରଦେଶ ରେ ବିକ୍ରି ପାଇଁ ଅନୁମତି ଲେଖା ଥିବା ବେଳେ ଓଡ଼ିଶାରେ ଏହାର ଲିଙ୍କ ଥିବା ଖବର ଜଣା ପଡ଼ିଛି। ଅନେକ ଦିନରୁ ଏମାନେ ଏଠି ଏହି ମଦକୁ ମାତ୍ର ୫୦ ଟଙ୍କାରେ ଆଣି ଶହ ଶହ ଟଙ୍କାରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ କରୁଥିବା ଖବର ପାଇଛି। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ କହିଛି।