Odia News Portal

ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି  । କଟକ ଏସିବି ହସ୍ପିଟାଲରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି ।

ସୂଚନା ଦେବା ଯୋଗ୍ୟକି “ଅମ୍ପନ” ଡ୍ୟୁଟି ସାରି ଫେରିଥିବା କେତେକ ଅଗ୍ନିଶମ କର୍ମଚାରୀ ମାନେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ସେହି ମାନଙ୍କ ମଧ୍ୟରୁ କେତେଜଣ ନିଜ ପ୍ଲାଜମା ଗୁରୁତର ରୋଗୀଙ୍କୁ ଦାନ କରିବେ ବୋଲି ଡିଜି ସୂଚନା ଦେଇଛନ୍ତି ।