Odia News Portal

ଧାନ ମଣ୍ଡିରୁ ଧାନ ଉଠାଇବା ଦାବିରେ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି : ମଣ୍ଡିରୁ ଧାନ ଉଠାଇବା ଦାବିରେ ରାସ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚାରବହଲ ଧାନ ମଣ୍ଡିରୁ ଧାନ ଉଠାଇବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା ବନ୍ଦ କରିଥିବା ବେଳେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ ବର୍ଷାରେ ଭିଜି ଗଜା ହେବା ସହ ନଷ୍ଟ ହେବାରେ ଲାଗିଛି ।

 ଅନ୍ୟପଟେ ଚାଷୀଙ୍କ ସମସ୍ୟା ବୁଝିବାକୁ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ଅନ୍ୟ ଉପାୟ ନ ପାଇ ଆଜି ଶତାଧିକ ଚାଷୀ ଜାତୀୟ ରାଜପଥ ୨୬କୁ ଚାରବାହଲ ଠାରେ  ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି।