Odia News Portal

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ। ଲକଡାଉନ ଜିଲ୍ଲା ଗୁଡିକରେ ମଧ୍ୟ ଜୁଲାଇ ୩୧ ଯାଏଁ କୋର୍ଟ ବନ୍ଦ ରହିବ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା,ଗଞ୍ଜାମ,କଟକ,ଯାଜପୁର। ଏହି ଜିଲ୍ଲା ଗୁଡିକରେ ଟ୍ରିବ୍ୟୁନାଲ ମଧ୍ୟ ବନ୍ଦ ରହିବ।  ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ବିଚାର ଥାଏ ତେବେ ତାହାକୁ ଭର୍ଚୁଆଲ ମୋଡରେ  ବିଚାର ହେବ ବୋଲି ହାଇକୋର୍ଟ ତରଫରୁ ନୋଟିସ ଜାରି କରାଯାଇଛି । ବଢୁଥିବା  ସଂକ୍ରମଣକୁ ଦୃଷ୍ଟିରେ ରଖି  ଓଡିଶାର ୪ ଜିଲ୍ଲା  ଓ ଗୋଟିଏ ମହାନଗର ନିଗମକୁ ୧୪ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି ।

ଏହି ଲକଡାଉନରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ବାକି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ମୂଖ୍ୟ ଶାସନ ସଚିବ କହିଛନ୍ତି । ଏହି ପରିପ୍ରେକ୍ଷୀରେ କୋର୍ଟ ଖୋଲା ରହିଲେ ଲୋକଙ୍କ ଗହଳି  ଲାଗିକ କୋର୍ଟ ପରିସରରେ । ଯାହା ଫଳରେ ସଂକ୍ରମଣରେ ବ୍ରେକ ଲାଗିପାରିବ ନାହିଁ । ଏହାକୁ ଦ୍‌ଷ୍ଟିରେ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିବାର ଜଣା ପଡିଛି।