Odia News Portal

ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର

ଭୁବନେଶ୍ଵର :  ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର। ବିଚ୍ ରାସ୍ତାରେ ଯୁବତାଙ୍କ ଠାରୁ  ଝାମ୍ପିନେଲେ ସୁନା ଚେନ୍। ଘଟଣା ଘଟିଛି ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ ସମ୍ମୁଖରେ ଯାହାର ଭିଡିଓ  ସିସିଟିଭିରେ କଏଦ ହୋଇଛି। ଗତ ୧୭ ତାରିଖରେ ଜଣେ ଯୁବତୀ ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ ସମ୍ମୁଖ ଦେଇ ସ୍କୁଟିରେ ଯାଉଥିବା ବେଳେ ହଠାତ୍‌ ଏକ ପଲସରେ ଦୁଇ ଜଣ ଲୁଟେରା ଆସି ଯୁବତୀଙ୍କ ଠାରୁ ଚେନ୍‌ ଝାମ୍ପିଥିଲେ ।

ଯାହା ଫଳରେ ଯୁବତୀ ଜଣକ ସେଠରେ ସ୍କୁଟିରୁ ପଡିଯାଇଥିଲେ ଓ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।  ଏ ଘଟଣାକୁ ନେଇ ଯୁବତୀ ଜଣକ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି, ହେଲେ ପୋଲିସ ଏପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଧରିବାରେ ସଫଳ ହୋଇପାରିନାହିଁ।