Odia News Portal

ରାଜଧାନୀରେ ଆଜି ପୁଣି ୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି ପୁଣି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ଛୁଇଁଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀର ଜଣେ ୩୨ ବର୍ଷୀୟା ମହିଳା, ରସୁଲଗଡରୁ ଆଉ ଜଣେ ୩୨ ବର୍ଷୀୟା ମହିଳା, ଅଶୋକ ନଗରରୁ ୪୫ ବର୍ଷୀୟ ଜଣେ ପୁରୁଷ, ହଳଦୀପଡା ବସ୍ତିରୁ ୩୦ ବର୍ଷୀୟ ଜଣେ ପୁରୁଷ, ଡୁମଡୁମାରୁ ୫୮ ବର୍ଷୀୟା ମହିଳା, ୟୁନିଟ ୮ରୁ ୬୯ ବର୍ଷୀୟ ପୁରୁଷ, ଜାଗମରାରୁ ୫୨ ବର୍ଷୀୟା ମହିଳା, ଘାଟିକିଆରୁ ୪୭ ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି ।

ସେହିପରି ଘରୋଇ ମେଡିକାଲରୁ ୨୪ ବର୍ଷୀୟା ଜଣେ ମହିଳା, ଆଇଆରସି ଭିଲେଜରୁ ୨୪ ବର୍ଷୀୟା ମହିଳା, ଚନ୍ଦ୍ରଶେଖରପୁରରୁ ୫୯ ଓ ୨୭ ବର୍ଷୀୟ ପରୁଷ ଓ ଜଣେ ୫୩ ବର୍ଷୀୟା ମହିଳା, ରବି ଟକିଜରୁ ୨୫ ବର୍ଷୀୟ ପୁରୁଷ, ବଡବଗରୁ ୪୫ ବର୍ଷୀୟ ପୁରୁଷ, ସଲିଆସାହିରୁ ୪୫ ବର୍ଷୀୟ ପୁରୁଷ, ସାମନ୍ତରାପୁରରୁ ୫୦ ବର୍ଷୀୟ ପୁରୁଷ ଓ ଚିନ୍ତାମଣିଶ୍ୱରରୁ ଜଣେ ୨୫ ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।