Odia News Portal

କରୋନା ପାଇଁ ଅଭାବନୀୟ ଦୃଶ୍ୟ, ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଲମ୍ବା ଲାଇନ

ଭବାନୀପାଟଣା : କରୋନା ପାଇଁ ଅଭାବନୀୟ ଦୃଶ୍ୟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶାର କଳାହାଣ୍ଡି ଜିଲ୍ଲାରେ । ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ରାତି ଅଧରେ ଲୋକଙ୍କର ଲମ୍ବା ଲାଇନ୍‌ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ । ଏହି ବ୍ଲକରେ ଏସ୍‌ବିଆଇର ଗୋଟିଏ ଶାଖା ରହିଛି ।

କରୋନା ବେଳେ ଏବେ କଟକଣା ଜାରି କରାଯାଇଛି । ବ୍ୟାଙ୍କରେ ଖାତା ଖୋଲିଥିବା ଲୋକ ଦିନକୁ ମାତ୍ର ୨୫୦ ଟଙ୍କା ଉଠାଇ ପାରିବେ ବୋଲି ଧାର୍ଯ୍ୟ କରାଯାଇଛି । ଏହି ନେଣ ଦିନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ ଏଥିପାଇଁ ରାତି ଅଧରୁ ଏଟିଏମ୍‌ ଆଗରେ ଲମ୍ବା ଲାଇନ୍‌ରେ ଛିଡା ହେଉଛନ୍ତି ।

ହିତାଧିକାରୀମାନେ ୩୦ରୁ ୪୦ କିଲୋମିଟର ଦୂରରେ ଆସି ଏଟିଏମ୍‌ ଆଗରେ ଲମ୍ବା ଲାଇନ୍‌ରେ ଛିଡା ହେଉଛନ୍ତି । ଏଟିଏମ୍‌ରୁ ଅଧିକ ଟଙ୍କା ଉଠାଇ ହେଉଥିବାରୁ ଲମ୍ବା ଲାଇନ୍‌ରେ ଲୋକମାନେ ଛିଡା ହେଉଛନ୍ତି। ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସି ଲମ୍ବା ଧାଡି ଲଗାଇ ଛିଡା ହେଉଛନ୍ତି । ଅନେକ ଲୋକଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ନଥିବାର ସେମାନଙ୍କର ଅସୁବିଧା ହେଉଛି । ସରକାରଙ୍କ କରୋନା ସହାୟତା ରାଶି ଏବଂ ମନରେଗା ଟଙ୍କା ପାଇବାରେ ଆସୁବିଧା ହେଉଥିବ କଥା କହୁଛନ୍ତି ।

ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟାଯୋଗୁଁ ଅନେକ ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ ହୋଇ ପାରି ନାହିଁ । ଏଥିପାଇଁ ଅଧିକାଂଶ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏ ସମସ୍ୟା ପାଇଁ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।