Odia News Portal

୧୦ ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ ସମ୍ମାନିତ ହେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଅଗଷ୍ଟ ୯ ତାରିଖରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବେ । ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ କାୟା ବିସ୍ତାର କରିଥିବାରୁ ସ୍ୱାଧୀନତା ସଂଗ୍ରାମୀମାନେ ସମ୍ମାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନକୁ ଯିବେ ନାହିଁ । ତେଣୁ ସେମାନଙ୍କୁ ନିଜ ଜିଲ୍ଲାର ଜିଲ୍ଲାପାଳମାନେ ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ମାନିତ କରିବେ ।

ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଏଥର ରାଷ୍ଟ୍ରପତିଙ୍କ ସମ୍ମାନରେ ସମ୍ମାନିତ ହେବେ ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ହାଟବାଣପୁର ଗ୍ରାମର ମକରଧ୍ୱଜ ଦାସ, ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବାଲିପଡ଼ିଆ ଗ୍ରାମର ନୀଳମଣି ସାମିଲ, ଭଦ୍ରକ ଜିଲ୍ଲା ଧୂଷୁରୀ ବ୍ଲକ୍ ସୂର୍ଯ୍ୟପୁର ଗ୍ରାମର ରାମହରି ଗୋସ୍ୱାମୀ ଓ ଗୌରୀଶ୍ୟାମ ଗୋସ୍ୱାମୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କମାରବନ୍ଧ ଗ୍ରାମର ବ୍ରଜକିଶୋର ରାଉତ, ନୟାଗଡ଼ ଜିଲ୍ଳା ରଣପୁର ବ୍ଲକ୍‌ର ମଝିଖଣ୍ଡ ଗ୍ରାମର କିଶୋର ବିଶୋୟୀ, ଜଗତସିଂହପୁର ଜିଲ୍ଲଳା ବାଲିକୁଦା ବ୍ଳକର ଜିଲ୍ଲାପାଳ କରିବେ ସମ୍ମାନିତ ଭଗବାନସିନ୍ଧୋଳ ଗ୍ରାମର ବିଶ୍ୱନାଥ ଦାଶ, ସମ୍ବଲପୁର
ଜିଲ୍ଲା କଲମୀ (ମୁରା) ଗ୍ରାମର ଦେବାନନ୍ଦ ଗୁପ୍ତା, ନୟାଗଡ଼
ଜିଲ୍ଳା କଣ୍ଟିଲୋର ସହଦେବ ବେହେରା, ଓ ଯାଜପୁର ଜିଲ୍ଲା
କାଇପଡ଼ା ଗ୍ରାମର ଦଧିଚି ସାହୁ ।

ଉପରୋକ୍ତ ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ରେ ଜିଲ୍ଲାପାଳ ରାଷ୍ଟ୍ରପତିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିବେ । ସେମାନଙ୍କ ଘରକୁ ଯାଇ ଜିଲ୍ଲାପାଳମାନେ ଅଙ୍ଗବସ୍ତ୍ର ଏବଂ ଶାଲ୍‌ ସହ ସମ୍ମାନିତ କରିବେ । ସମ୍ମାନ ପ୍ରଦାନ ସମୟରେ କୋଭିଡ୍‌ ପ୍ରୋଟକଲ୍ ପାଳନ କରାଯିବ ।