Odia News Portal

କରୋନା ସଂକ୍ରମଣରେ ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ

କରୋନା ସଂକ୍ରମଣରେ ତିରୁପତି ବାଲାଜୀ ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କୋଭିଡ ପଜିଟିଭ ଚିହ୍ନଟ ହେବାପରେ ମୁଖ୍ୟ ପୂଜକ ଶ୍ରୀନିବାସ ମୂର୍ତ୍ତି ଦୀକ୍ଷିତ, ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସରେ ଚିକିତ୍ସିତ ହେଉଥିଲେ ।

ତେବେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି । ବଂଶାନୁକ୍ରମ ଭାବେ ସେ ଯେଉଁ ୪ଟି ପରିବାରରୁ ମନ୍ଦିରର ମୁଖ୍ୟ ପୂଜକ ରହିଆସିଥାନ୍ତି, ସେମାନଙ୍କ ମଧ୍ୟରୁ ଶ୍ରୀନିବାସ ମୂର୍ତ୍ତି ଅନ୍ୟତମ। ତେବେ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି- ଟିଡିପି କ୍ଷମତାସୀନ ହେବାପରେ ତିରୁପତି ତିରୁମଲ୍ଲା ଦେବସ୍ଥଳମ- ଟିଟିଡି ଟ୍ରଷ୍ଟ ତାଙ୍କୁ ଅବସର ଦେଇଥିଲା।