ଭୁବନେଶ୍ୱର : ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ଏହାସହ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଆଜି(ସୋମବାର) ପୁଣି ୪୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨,୯୦୯ ସଂକ୍ରମିତ ଏହି ମହାମାରୀଙ୍କୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୧୧୮ ଜଣ, ନୟାଗଡ଼ରୁ ୫୩ ଜଣ, କଟକରୁ ୪୪ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ଖୋର୍ଦ୍ଧାରୁ ୩୨ ଜଣ, ଗଜପତିରୁ ୨୨ ଜଣ, ଯାଜପୁରରୁ ୨୦ ଜଣ, ନୂଆପଡ଼ାରୁ ୧୮ ଜଣ, ବାଲେଶ୍ୱରରୁ ୧୭ ଜଣ, ମୟୂରଭଞ୍ଜରପ ୧୫ ଜଣ, ଅନୁଗୋଳରୁ ୧୧ ଜଣ, କୋରାପୁଟରୁ ୧୧ ଜଣ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୯-୯ ଜଣ, କେନ୍ଦୁଝରରୁ ୭ ଜଣ, ଝାରସୁଗୁଡାରୁ ୬ ଜଣ, ବୌଦ୍ଧରୁ ୫ ଜଣ, ଦେଓଗଡରୁ ୪ ଜଣ, ବରଗଡ଼, ନବରଙ୍ଗପୁର ଓ ସମ୍ୱଲପୁରରୁ ୩-୩ ଜଣ, ବଲାଙ୍ଗୀର, ପୁରୀ ଓ ରାୟଗଡ଼ାରୁ ୨-୨ ଜଣ ଏବଂ ଭଦ୍ରକ, ଢେଙ୍କାନାଳ ଏବଂ ଜଗତସିଂହପୁରରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।