Odia News Portal

ଯାତ୍ରୀବାହୀ ବସ୍‌କୁ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ଵର : ଘରୋଇ ବସ ମାଲିକମାନଙ୍କ ପାଇଁ ଆଶ୍ବସ୍ତି  ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର । ଘରୋଇ ଟୁରିଷ୍ଟ, ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କରିଛି ପରିବହନ ବିଭାଗ। ପୂର୍ବରୁ ୩ ମାସ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପୁଣି ୩ ମାସ ପାଇଁ ଟ୍ୟାକ୍ସ ଛାଡ଼ କରାଯାଇଥିବାର ସୂଚନା ମିଳିଛି । ଜୁଲାଇ ମାସରେ ୭୫%, ଅଗଷ୍ଟ ମାସରେ ୫୦%, ସେପ୍ଟେମ୍ବର ମାସ ପାଇଁ ୨୫% ଟ୍ୟାକ୍ସ ଛାଡ କରାଯାଇଛି । ପୂର୍ବରୁ ଏପ୍ରିଲ, ମେ ଏବଂ ଜୁନ୍‌ ମାସ ପାଇଁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ କରାଯାଇଥିଲା ।

ହୁ ହୁ ହୋଇ ତୈଳଦର ବଢିଚାଲିଥିବା ବେଳେ ବସରେ ପାସେଞ୍ଜର ନହେଉଥିବା କାରଣରୁ ଚିନ୍ତାରେ ଥିଲେ ଘରୋଇ ବସ ମାଲକମାନେ। ଏମିତିରେ ଅନେକ ବସ ମାଲିକ ନିଜ ବସକୁ ରୁଟରେ ଚଳାଉନଥିବାର ମଧ୍ୟ ଖବର ଆସିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଘରୋଇ ମସ ମାଲିକମାନଙ୍କୁ ଆଶ୍ବସ୍ତି ଦେବା ବୋଲି ଜଣାପଡିଛି।