ଯାଜପୁର : ସାହାସୀ ଝିଅ ଯୋଗୁଁ ବଞ୍ଚିଗଲା ପରିବାରର ଜୀବନ । ଘରେ ଡକାୟତି ପାଇଁ ରାତି ଅଧରେ ପଶିଥିବା ବେଳେ ଝିଅଟି ଛାତ ଡେଇଁ ଗାଁ ଲୋକଙ୍କୁ ଡାକି ଦେଇଥିଲା । ଫଳରେ ଡକାୟତମାନେ କେବଳ ଘରୁ ଜିନିଷପତ୍ର ନେଇ ପଳାଇବାକୁ ସକ୍ଷମ ହୋଇଥିଲେ । ଏହି ଘଟଣା ଘଟିଛି ଯାଜପୁର ବଡଚଣା ଅହମଦପୁର ଗାଁରେ ।
ନାବାଳିକା ଝିଅ ଦେଖାଇଲା ସାହାସ । ଡକାୟତଙ୍କ କବଳରୁ ବଞ୍ଚିଗଲା ଅନ୍ୟ ପରିବାର ଲୋକଙ୍କ ଜୀବନ ।ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ଯାଜପୁର ବଡଚଣା ବଡଘୁମୁରି ପଞ୍ଚାୟତର ଅହମ୍ମଦପୁର ଗାଁରେ । ଗାଁରେ ସ୍ତ୍ରୀ ଓ ପୁଅ ଝିଅଙ୍କ ପରିବାର ସହ ରୁହନ୍ତି ପୂର୍ଣ୍ଣାନନ୍ଦ ମହାନ୍ତି । ରାତି ଅଧରେ ଘର ଛାତ ଚଢି ଘରେ ଭିତରେ ପ୍ରବେଶ କରିଥିଲେ ଡକାୟତ ଦଳ ।ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ଲୁଟ୍ପାଟ ଆରମ୍ଭ କରିଦେଇଥିଲ । ତେବେ ସଯୋଗ ଦେଖି ଖସି ଯାଇଥିଲା ନାବାଳିକା ଝିଅ । ଛାତ ଉପରକୁ ଯାଇ ତଳକୁ ଡେଇଁବା ସହ ଗାଁ ଲୋକଙ୍କୁ ଡାକି ଆଣିଥିଲା ।ଗାଁ ଲୋକ ଆସିବା ଦେଖି ସେଠାରୁ ଚମ୍ପଟ ମାରିଥିଲେ ଡକାୟତ ଦଳ । ଗଲାବେଳେ ସମସ୍ତ ସୁନାଗହଣ ଓ ଟଙ୍କା ଧରି ଫେରାର ହୋଇଯାଇଛନ୍ତି ।
ଛାତ ଉପରୁ ଡେଇଁବା ଯୋଗୁଁ ଝିଅଟର ହାତ ଭାଙ୍ଗି ଯାଇଛି । ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ପରିବାର ଲୋକେ ବଡଚଣା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ସରପଞ୍ଚ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ଯଥାଶୀଘ୍ର ଡକାୟତଙ୍କୁ ଧରିବା ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି ।
ନାବାଳିକା ଝିଅର ଏଭଳି ସାହସୀକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।