ଭୁବନେଶ୍ୱର : ରାଜ୍ୟର ଅନେକ ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଏବେ କରୋନା ଅନ୍ଧକାର ଭିତରକୁ ଠେଲିବାରେ ଲାଗିଛିା ଏମାନଙ୍କ ଉପରେ ଜନସାଧାରଣ ଅଧିକରୁ ଅଧିକ ଭରସା କରୁଥିବାବେଳେ ଯୁବନେତାମାନେ କିନ୍ତୁ କରୋନା ଭୟରେ ଘରୁ ଗୋଡ କାଢୁ ନାହାନ୍ତି । ରାଜ୍ୟର ପ୍ରାୟ ସମସ୍ତ ରାଜନୈତିକଦଳରେ ଏହି ସ୍ଥିତି ପରିଲକ୍ଷିତ ହୋଇଛି । ରାଜ୍ୟରେ କରୋନା ପ୍ରବେଶ କରିବାକୁ ଇତି ମଧ୍ୟରେ ଚାରିମାସ ପୂରିଯାଇଛି । ମାର୍ଚ୍ଚମାସରେ ପ୍ରଥମେ କରୋନା ପ୍ରବେଶ ଓ କଟକଣା ଜାରି ପରେ ଯୁବତେମାନେ ଅତି ଆଗ୍ରହୀ ହୋଇ ମଇଦାନକୁ ଆସିଥିଲେ । ପ୍ରତିଯୋଗିତା ଭିତ୍ତିରେ ଲୋକଙ୍କୁ ରିଲିଫ ବାଣ୍ଟିଥିଲେ । ନିଜସ୍ୱ ଉଦ୍ୟମରେ ଗାଡିରେ ରନ୍ଧାଖାଦ୍ୟ ଆଣି ବାଣ୍ଟିଥିଲେ । ସେତେବେଳେ ଏମାନଙ୍କ କାର୍ଯ୍ୟକୁ ଅନେକ ପ୍ରଶଂସା କରିଥିଲେ । ଅବସ୍ଥା ଏଭଳି ହୋଇଥିଲା ଯେ ବିଜେଡି, ବିଜେପି ଓ କଂଗ୍ରେସର ଯୁବନେତାମାନେ ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ ।

