Odia News Portal

ଆଜି ପୁଣି ସୁସ୍ଥ ହେଲେ ୪୦୦ କରୋନା

ଭୁବନେଶ୍ୱର : ଆଜି ରାଜ୍ୟରେ ୪୦୦ ଜଣ ସୁସ୍ଥତା ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩,୩୦୯କୁ ବୃଦ୍ଧିପାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆଜି ଆରୋଗ୍ୟ ଲାଭ କରିଥିବା ଆରୋଗ୍ୟଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୩୭ ଜଣ ଥିବା ବେଳେ ୫୮ ଜଣଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି କଟକ ଜିଲ୍ଲା । ଏହାବାଦ ଖୋର୍ଦ୍ଧର ୪୬ ଜଣ, କୋରାପୁଟର ୪୧ ଜଣ, ଯାଜପୁରର ୩୭ ଜଣ, କେଉଁଝରର ୧୪ ଜଣ, କେନ୍ଦ୍ରାପଡାର ୧୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଏହା ସହ ମୟୁରଭଞ୍ଜର ୯ ଜଣ, ନୟାଗଡର ୭ ଜଣ, ସୁନ୍ଦରଗଡ ଜିଲ୍ଲାର ୭ ଜଣ, ବରଗଡ଼ର ୫ ଜଣ ସୁସ୍ଥ ହୋଇଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହ ଜଗତସିଂହପୁରର, ସୋନପୁରର ୫ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ନେଇ ରେକର୍ଡ ହୋଇଛି । ସେହିପରି ଅନୁଗୁଳ, କଳାହାଣ୍ଡି, ପୁରୀ ଜିଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ବୌଦ୍ଧରୁ ୩ ଜଣ, ଭଦ୍ରକର ୨ ଜଣଙ୍କ ସମେତ ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ନେଇ ରେକର୍ଡ ହୋଇଛି ।