ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ By swadhikarnews Last updated Jul 22, 2020 ଭୁବନେଶ୍ଵର : ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ ଆକ୍ରାନ୍ତ। ସର୍ବାଧିକ ୮୩ ଆକ୍ରାନ୍ତ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜ ୨୦, କୋରାପୁଟରୁ ୧୮ ପୁରୀରୁ ୧୭ ଝାରସୁଗୁଡା, କେନ୍ଦୁଝର,ନବରଙ୍ଗପୁରରୁ ୧୨ ଲେଖାଏ ସୁସ୍ଥ । କଟକରୁ ୧୧, ବରଗଡରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଓ ଅନୁଗୁଳରୁ ୯ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୬ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ବଲାଙ୍ଗିରରୁ ୫, ସମ୍ବଲପୁରରୁ ୫,ନୟାଗଡର ୪ ଜଣ କରୋନାରେ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୩୭୪୯ରେ ପହଞ୍ଚିଛି। Share