ଭୁବନେଶ୍ଵର : ଲୋକ ପ୍ରିୟ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନିର୍ଦ୍ଧେଶ କ୍ରମେ ନୂଆପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ବାଲିତୋଟାସାହି ଓ ନୁଆସାହିର ପ୍ରେଣ୍ତସ୍ କଲୋନୀ, ଲାଇନ୍ ୩,୪ ଓ ୧୧ ରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ଶ୍ରୀ ମହାବୀର ପୂଜା କମିଟିର ସଭାପତି ବିବେକାନନ୍ଦ କର, ଅନୁଜ ଚନ୍ଦନ ନାୟକ, ସୁମନ କୁମାର ଜେନା, ଅଶ୍ୱିନୀ କୁମାର ବେହେରା ଓ ଗୟାଧର ବେହେରାଙ୍କ ସହଯୋଗରେ ପ୍ରତେକ ଘର ଘର ବୁଲି ସାନିଟାଇଜେଶନ କରାଯାଇଥିଲା ।
ଆଗାମୀ ଦିନରେ ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ନୁଆସାହି, ଶାସ୍ତ୍ରୀନଗର ଓ ବାଲିତୋଟାସାହି ଅଞ୍ଚଳରେ ପ୍ରତେକ ବସ୍ତି ଓ ସମସ୍ତଙ୍କ ବାସଭବନକୁ ସାନିଟାଇଜେଶନ କରିବା ସହ ମାସ୍କ ବଣ୍ଟନ କରି ସଚେତନ କରାଯିବ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି ।