ଭୁବନେଶ୍ୱର : ନିଶା କାରବାର ପାଇଁ ଦିନ ଦ୍ୱିପ୍ରହରରେ ରାଜମହଲ ଛକରେ କାତି ବୁଲିଥିବାବେଳେ ପୁଲିସ୍ ଯଦି ନିଶା ବେପାରୀ ଓ ନିଶାଡିଙ୍କୁ ସାବାଡ ନକରେ ତେବେ ଆଗାମୀ ଦିନରେ ରାଜଧାନୀର ବହୁ ସ୍ଥାନରେ କାତି ବୁଲିବାର ଆଶଙ୍କା ଉପୁଜିଲାଣି । କରୋନା କଟକଣା ଆଳରେ ଅପରାଧିମାନେ ଯେଭଳି ନିଶାବେପାର ଚଳାଇଛନ୍ତି ତାହାକୁ ଦେଖି ରାଜଧାନୀବାସୀ ଏଭଳି ଆଶଙ୍କା ବ୍ୟକ୍ତ କରୁଛନ୍ତି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପରେ ଅନେକ ନିଶା ବେପାରୀ ଓ ନାମୀ ଅପରାଧି ଜେଲ୍ରୁ ଫେରିଛନ୍ତି । ଜେଲ୍ରେ ସ୍ଥାନାଭାବ ଓ କରୋନା ସଂକ୍ରମଣ ଆଳରେ ସୋମନଙ୍କୁ ଜାମିନି ମିଳିଯାଇଛି । ଜାମିନରେ ଆସିଲାପରେ ଅନେକ ଏବେ ଚୋରି ଓ ନିଶାବେପାରକୁ ପେଶା କରିଛନ୍ତି । ପୁଲିସ୍ ଏମାନଙ୍କୁ ଦେଖୁଥିଲେ ବି ସଂକ୍ରମଣ ନାଁରେ ଗିରଫ କରୁନାହିଁ । ଏହାର ଫଳ ଦେଖିକକୁ ମିଳିଲା ରାଜଧାନୀର ଛାତି ଉପରେ ରାଜମହଲ ଛକରେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ନିଶା ବେପାରୀମାନେ ଆଉ ରାଜଧାନୀ ପୁଲିସ୍କୁ ଖାତିର କରୁନାହାନ୍ତି କି ଆଇନ୍କୁ ଡରୁ ନାହାନ୍ତି ।

