Odia News Portal

ପତିତପାବନ ମହାବିଦ୍ୟାଳୟର ନୂତନ ଅଧକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେନ୍ଦୁଝର : ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ରାଜେନ୍ଦ୍ର କୁମାର ରାଉତ ବିଧିବଦ୍ଧ ଭାବେ ନୂତନ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ପୁଷ୍ପଗୁଚ୍ଛ ଦେଇ ରାଉତଙ୍କୁ ଅଭିନନ୍ଦନ ଜଣାଇବା ସହ ସାଇଁକୁଳ ଗ୍ରାମପଞ୍ଚାୟତର ସରପଞ୍ଚ ବିଭାସ ଚନ୍ଦ୍ର ନାୟକ ଓ ଛାତ୍ର ନେତା ଦୀନବନ୍ଧୁ ପତି ଙ୍କ ନେତୃତ୍ୱରେ ସମସ୍ତ ଜନସାଧାରଣ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି

ଶେଷରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନୂତନ ଅଧକ୍ଷ ଶ୍ରୀ ରାଉତ କଲେଜର ସମସ୍ତ କର୍ମଚାରୀ ତଥା ଅଞ୍ଚଳବାସୀଙ୍କୁ ସାଙ୍ଗରେ ନେଇ ଏକ ସୋହାର୍ଦ୍ଧପୂର୍ଣ୍ଣ ବାତାବରଣ ମାଧ୍ୟମରେ ମହାବିଦ୍ୟାଳୟର ଉନ୍ନତି ସହ ଉତ୍ତମ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ସଦାସର୍ବଦା ଚେଷ୍ଟିତ ରହିବେ ବୋଲି ପ୍ରତିଶୃତି ଦେଇଛନ୍ତି  ।