Odia News Portal

ଆଇସ୍‍କ୍ରିମ ପାର୍ଲରରେ ଫିନାଇଲ୍‍ ବିକ୍ରି

ଭୁବନେଶ୍ୱର : ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ରାଜଧାନୀରେ ତିଆରି ହୋଇଥିଲା ଚକ ଚକିଆ ଓମ୍‍ଫେଡ୍‍ ପାର୍ଲର । ହେଲେ ଏବେ ଏଠାରେ ଫିନାଇଲ୍‍ ବିକ୍ରି ହେଉଛି । ଖାଲି ଫିନାଇଲ୍‍ ନୁହେଁ ଛତୁଆ, ଡାଲି, ଅଟା ଭଳି ସାମଗ୍ରୀ ବି ଗୋଟିଏ ସଂସ୍ଥା ସେଠାରେ ବିକ୍ରି କରୁଛି । ସରକାରୀ ସଂସ୍ଥା ଓମ୍‍ଫେଡର ଅପରାଗତା ପାଇଁ ଏବେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ପ୍ରଦୀପ ମହାରଥୀ କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଥିବାବେଳେ ଓମ୍‍ଫେଡ୍‍ ସାମଗ୍ରୀ ବିକ୍ରି ଲାଗି ରାଜଧାନୀର କେତେକ ସ୍ଥାନରେ ଅତ୍ୟାଧୁନିକ ପାର୍ଲର ଖୋଲାଯାଇଥିଲା । ଏଠାରେ ଓମ୍‍ଫେଡ୍‍ ପ୍ରସ୍ତୁତ କ୍ଷୀର, ଦହି, ଆଇସ୍‍କ୍ରିମ, ପେଡା, ଛେନାପୋଡ, ପନିର, ଖୁଆ ଠାରୁ ଆରମ୍ଭକରି ପାଉଁରୁଟି ବି ବିକ୍ରି ହେଉଥିଲା ।
ଓମ୍‍ଫେଡ୍‍ କ୍ଷୀରରେ ପ୍ରସ୍ତୁତ ସୁଆଦିଆ କଫି ବି ମିଳୁଥିଲା । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନିକଟରେ ଖୋଦ୍‍ କୃଷିମବୀ ଶ୍ରୀ ମହାରଥୀ ବଡ ଯାକ ଜମକରେ ଏହି ପାର୍ଲର ଉଦ୍‍ଘାଟନ କରିବା ସହିତ ନିଜେ ସେଠାରେ ବସି ଆଇସକ୍ରିମ ଖାଇ ଫଟୋ ଉଠାଇଥିଲେ । ପ୍ରଥମେ ପ୍ରଥମେ ଏହା ଭଲ ଚାଲିଥିଲା । ଏଭଳି ଭିଡ ହେଉଥିଲା ଯେ ଛାତ୍ରଛାତ୍ରୀମାନେ ଆଇସ୍‍କ୍ରିମ ଖାଇବାପାଇଁ ଧାଡି ଲଗାଉଥିଲୋ  ଓମ୍‍ଫେଡ୍‍ ବି ଭଳିକି ଭଳି ଆଇସ୍‍କ୍ରିମ ଏଠାକୁ ଯୋଉଥିଲା । ସେତେବେଳେ ଓମ୍‍ଫେଡ୍‍ର ପ୍ରାୟ ସମସ୍ତ ଉତ୍ପାଦ ଏଠାରେ ମିଳୁଥିଲା । ଶୀତତାପ ନିୟବିତ ଏହି ପାର୍ଲରରେ ବସି ଓମ୍‍ଫେଡ୍‍ ସାମଗ୍ରୀ ଖାଇବାପାଇଁ ବି ବ୍ୟବସ୍ଥା ଥିଲା । ତିନି ସିଫ୍ଟରେ ଲୋକେ କାମ କରୁଥିଲେ । ହେଲେ କିଛିଦିନ ପରେ କର୍ତ୍ତୃପକ୍ଷ ଏଠାକୁ କର୍ମଚାରୀ ଅପସାରଣ ଆରମ୍ଭ କରିଦେଲେ । କହିଲେ ଲାଭ ହେଉନାହିଁ । ସବୁସମୟରେ ଗହଳି ଚହଳି ଲାଗି ରହୁଥିବା ଦୋକାନରେ କିଭଳି କ୍ଷତି ହେଲା ତାହା ଲୋକେ ବୁଝି ପାରିଲେ ନାହିଁ । ଏହାପରେ ଓମ୍‍ଫେଡ୍‍ ଏହି ପାର୍ଲରକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ହାତରେ ଟେକିଦେଲେ । କିଏ ଏଠାରେ ମିକ୍‍୧⁄୨ର ବିକ୍ରି କଲା ତ ଆଉ କିଏ ଚୂଡା ବିକିଲା ।
ଇଚ୍ଛା ହେଲେ ଖୋଲିଲେ ନହେଲେ ବନ୍ଦ କଲେ । ଶୀତତାପ ନିୟବିତ ଯବ, ଟିଭି ଆଦି କାମ କଲାନାହିଁ । କଫି ତିଆରି ମେସିନ୍‍ ଖତ ହେଲା । ଲୋକେ କ୍ଷୀର ଟିକେ କିଣିବାକୁ ଗଲେ ଅଧିକାଂଶ ସମୟ ଫେରିକି ଆସିଲେ । ଏଭଳି ଅବ୍ୟବସ୍ଥାରେ କିଛିଦିନ ଚାଲିବାପରେ ଏବେ ଗୋଟିଏ ଘରୋଇ ଇଞ୍ଜିନିୟରିଂ ସଂସ୍ଥା ହାତକୁ ଏହା ଯାଇଛି । ସେହି ସଂସ୍ଥା ଏଠାରେ ଏବେ ଓମ୍‍ଫେଡ୍‍ ସାମଗ୍ରୀ କମ୍‍ ଓ ନିଜ ଉତ୍ପାଦ ବୋଲି କହୁଥିବା ସାମଗ୍ରୀ ବିକ୍ରି କରୁଛି । ଫଳରେ ଓମ୍‍ଫେଡ୍‍ର ସମସ୍ତ ଉତ୍ପାଦ ବିକ୍ରି ପାଇଁ ଖୋଲିଥିବା ଏହି ପାର୍ଲରରେ ଏବେ କ୍ଷୀର, ଦହି ଓ ପନିରକୁ ବାଦ୍‍ ଦେଲେ ଅନ୍ୟ କୌଣସି ସାମଗ୍ରୀ ପ୍ରାୟତଃ ମିଳୁନାହିଁ । ଏହା ବଦଳରେ ସମ୍ପୃକ୍ତ ସଂସ୍ଥା ନିଜସ୍ୱ ଉତ୍ପାଦ କହୁଥିବା ଅଟା ଓ ଛତୁଆ ଭଳି ସାମଗ୍ରୀ ବିକ୍ରି କରିବାରେ ଲାଗିଛି । କରୋନା ମହାମାରୀ ସମୟରେ ଓମ୍‍ଫେଡ୍‍ ନିଜ ଚାଷୀଙ୍କ ହାତକୁ ଦୁଇ ପଇସା ଦେବାପାଇଁ ବେପାର ବୃଦ୍ଧି କରିବା ବଦଳରେ ନିଜସ୍ୱ ପାର୍ଲରକୁ ଅନ୍ୟ ହାତକୁ ଟେକିଦେବା ଫଳରେ ସମ୍ପୃକ୍ତ ସଂସ୍ଥାର ପରିଚାଳନା ଉପରେ ସନ୍ଦେହ ପ୍ରକାଶ ପାଉଛି । ସଂସ୍ଥାର କିଛି ଦୁର୍ନୀତିଖୋର ଅଧିକାରୀ କ୍ଷତିରେ ଚାଲୁଥିବା ଦର୍ଶାଇ ଓମ୍‍ଫେଡ୍‍ ପାର୍ଲରକୁ ଘରୋଇ ଲୋକଙ୍କ ହାତରେ ଟେକିଦେଇ ନିଜ ପକେଟ ଗରମ କରୁଥିବା ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।