କଟକ : ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି।
ବକ୍ସିବଜାର ବାସୁଳିସାହିରୁ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡଗରପଡ଼ା ବାଣୀନଗରରୁ ୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶଙ୍କରପୁର ଦାସସାହିରୁ ୭, ଦୋଳମୁଣ୍ଡାଇରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଡିଏ ସେକ୍ଟର-୭ରୁ ୫, ଜଗତପୁର ପଦ୍ରାସାହିରୁ ୩ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୨୭ ରହିଛି।ଗଞ୍ଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।