ଭୁବନେଶ୍ୱର : ରାଜ୍ୟରେ କରୋନା କାୟାବିସ୍ତାର କରୁଥିବାବେଳେ ଏହାର ମୁକାବିଲା ପାଇଁ ଖୋଦ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁଙ୍କ ଏବଂ ତାଙ୍କ ଟିମ୍ ଏବେ ଚଳଚଞ୍ଚଳ । ଗତ କିଛିଦିନ ଧରି କରୋନା ମୁକାବିଲା ପାଇଁ ସରକାରୀ ସ୍ତରରେ ଯେଭଳି ନିୟମିତ ସମୀକ୍ଷା ସହିତ ତ୍ୱରିତ ନିଷ୍ପତ୍ତିମାନ ଗ୍ରହଣ କରାଯାଉଛି ସେଥିରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି । ରାଜ୍ୟରେ ପ୍ରତିଷ୍ଠା ହୋଇଥିବା କୋଭିଡ ଡାକ୍ତରଖାନା ଶଯ୍ୟା ତୁଳନାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହାର ମୁକାବିଲା ଲାଗି ଶିଳ୍ପସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ କୋଭିଡ ହସ୍ପିଟାଲ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ତାହା ତୁରନ୍ତ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ଥିବା ବଡ ବଡ ଶିଳ୍ପସଂସ୍ଥା ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ଗୁଡିକ ରାତାରାତି ଡାକ୍ତରଖାନା ନିର୍ମାଣ କରିଛନ୍ତି । ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କର ଆଉ ଗୋଟିଏ ଦୁଃସାହସିକ ପଦକ୍ଷେପ ହେଲା ପ୍ଲାଜମା ଥେରାପି । ମହାରାଷ୍ଟ୍ର ଓ ଗୁଜୁରାଟ ପରେ ଓଡିଶା ଏହାକୁ କରୋନା ମୁକାବିଲାର ଅସ୍ତ୍ର ଭାବେ ଗ୍ରହଣ କରିଛି । ଦେଶର ଅନ୍ୟ ରାଜ୍ୟମାନେ ଯେତେବେଳେ ପ୍ଲାଜମା ଚିକିତ୍ସା ଲାଗି ସାଧନ ଯୋଗାଡ କରିପାରୁ ନାହାନ୍ତି ସେତେବେଳେ ମୁଖ୍ୟମବୀଙ୍କ ନିର୍ଦ୍ଦେଶରେ କେବଳ ପ୍ଲାଜମା ସଂଗ୍ରହ ହୋଇନାହିଁ, ପ୍ଲାଜମା ଚିକିତ୍ସାପରେ ଲୋକେ ଭଲହୋଇ ଘରକୁ ଫେରିଲେଣି ।
କଟକ ଏସ୍ସିବିରେ ପ୍ଲାଜମା ବ୍ୟାଙ୍କ ଗଠନ ପରେ ଏବେ ରାଉରକେଲା, ଭୁବନେଶ୍ୱର ଓ ଗଞ୍ଜାମରେ ପ୍ଲାଜମା ବ୍ୟାଙ୍କ୍ ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଲୋକେ କିଭଳି ପ୍ଲାଜବା ଦାନ କରିବେ ସେଥିପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଙ୍କ ଯା ଆସନ ସହିତ ରହିବା, ଖାଇବା ଓ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏଭଳି ପଦକ୍ଷେପ ନେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ସେହିଭଳି ଗାଁ ଗହଳରେ ଖୋଲିଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍ସି) ରେ ଏଏନ୍ଏମ୍ ଓ ଫର୍ମାସିଷ୍ଟଙ୍କୁ ଅସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାୟ ୭ହଜାର କର୍ମଚାରୀ ଏଥିରେ ନିଯୁକ୍ତ ହେବେ ଏବଂ ସେମାନଙ୍କୁ ଦୈନିକ ପାରିଶ୍ରମିକ ଯୋଗାଇ ଦିଆଯିବ । ସେହିଭଳି କରୋନା ମୁକାବିଲାରେ ନିୟୋଜିତ ଡାକ୍ତରଙ୍କ ପାଇଁ ଦୈନିକ ୧୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଇତି ମଧ୍ୟରେ କରେନା ମୁକାବିଲା ଲାଗି ମୁଖ୍ୟମବୀ ଦୈନିକ ସମୀକ୍ଷା କରିବା ସହିତ ଆବଶ୍ୟକ ଅନୁଯାୟୀ ଅଧିକ ସଂକ୍ରମଣ ଥିବା ଅଞ୍ଚଳକୁ ଡାକ୍ତର, ଅଫିସର ଓ ଭିତ୍ତିଭୂମି ପଠାଇବାରେ ଲାଗିଛନ୍ତି ।
କରୋନାରେ ମୃତ୍ୟୁବରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଶବ ସତ୍କାର ଲାଗି ରାଜ୍ୟ ସରକାର ୭୫୦୦ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଯାହାକି ଦେଶରେ ପ୍ରଥମ । ଏହା ଫଳରେ ଶବ ଦାହରେ ଆଉ ସମସ୍ୟା ରହିବନାହିଁ । କରୋନାର ହଟସ୍ପଟ ପାଲିଥିବା ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ନିରୀକ୍ଷଣ ହେଉଥିବାବେଳେ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଣ୍ଟିଜେନ୍ ଟେଷ୍ଟ ଓ ସେରୋ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଏହା ଫଳରେ ରୋଗକୁ ନିୟବଣ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ଆଶବାଦୀ ଅଛନ୍ତି । ତେବେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମବୀ ଶ୍ରୀ ପଟ୍ଟନାୟକ ଯେଭଳି ତତ୍ପରତାର ସହିତ ସମୟୋଜିତ ପଦକ୍ଷେପମାନ ନେଉଛନ୍ତି ତାହା ଦେଶର ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁନାହିଁ । ଏଭଳି ପଦକ୍ଷେପ ଜାରି ରହିଲେ ଓଡିଶାରେ ସହଜରେ କରୋନାକୁ ପ୍ରତିହତ କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
