ମାଲକାନଗିରି : ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ବଢି ଚାଲିଥିବା ଗୁଣି ଗାରେଡି ଓ ଅନ୍ଧବିଶ୍ବାସ ଭଳି ପ୍ରଥାରେ ରୋକ ଲଗାଇବା ପାଇଁ ପୋଲିସ ପ୍ରଶାସନ ଆୟୋଜନ କଲା ସଚେନତା କର୍ଯ୍ୟକ୍ରମ। ଏଣିକି ଜିଲ୍ଲାରେ ବୁଲବ ସଚେତନତା ରଥ।
ଯାଦୁବିଦ୍ୟା ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିବା ଏକ ଆଇନଗତ ଅପରାଧ ବୋଲି ଏହି ରଥଟିରେ ପୋଷ୍ଟର ମରାଯାଇଛି। ମାଲକାନଗିରି ପୋଲିସର ଜନ ସଚେତନତା ବ୍ୟବସ୍ଥା ବ୍ୟାନର ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସାମାଜିକ ଦୂରତା ଓ କୋଭିଡ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଯିବ।ପୂର୍ବରୁ ରେକର୍ଡ ହୋଇଥିବା କିଛି ଅଡିଓ କ୍ଲିପକୁ ଏହି ସଚେତନତା ରଥରେ ଡାକବାଜୀ ମଧ୍ୟମରେ ପ୍ରଚାର କରାଯିବ।