Odia News Portal

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କିସ୍ ପରିଦର୍ଶନ

ଭୁବନେଶ୍ୱର : କେନ୍ଦ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିତ୍ୟାନନ୍ଦ ରାୟ ରବିବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ସେ କିଟ୍
ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ
କିସ୍ର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ରାୟ କହିଲେ, ମୁଁ କିସ୍ ଭଳି ଏକ ପବିତ୍ର ସ୍ଥାନକୁ ଆସି ନିଜକୁ ଧନ୍ୟ
ମନେକରୁଛି । ଆମେ ଭାରତରେ ଚାରିଟି ଧାମ ଅଛି ବୋଲି ସମସ୍ତେ ଜାଣିଛେ । ଯେଉଁଠି କନ୍ୟା ସନ୍ତାନ ରହିଛନ୍ତି ସେଠାରେ ଚାରି ଧାମ ବିଦ୍ୟମାନ ବୋଲି କଥିତ ଅଛି ।
ଏଠାରେ ଏତେ ସଂଖ୍ୟକ ଛାତ୍ରୀଙ୍କୁ ଦେଖିବା ପରେ ଏଠାରେ ଚାରିଧାମ ବିଦ୍ୟମାନ ବୋଲି ମୋର ଅନୁଭୂତି ହୋଇଛି । ଅଚ୍ୟୁତ ସାମନ୍ତ ହେଉଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା । ଭବିଷ୍ୟତ ତିଆରି କରିବା ହେଉଛି ବହୁତ ବଡ଼ ତପସ୍ୟା । ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ଶ୍ରୀ ରାୟ କହିଲେ, ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ତପସ୍ୱୀ ତୁମମାନଙ୍କ ଜୀବନ ପାଇଁ ସମର୍ପିତ ହୋଇଛନ୍ତି । ତୁମେ ମଧ୍ୟ ତୁମମାନଙ୍କ ଜୀବନକୁ ତାଙ୍କ ଭଳି ଗରିବମାନଙ୍କ ଉତ୍ଥାନ ନିମନ୍ତେ ଉତ୍ସର୍ଗୀକୃତ
କରିଦିଅ । କିସ୍କୁ ଦେଖିବା ପରେ ମୁଁ ଅନୁଭବ କରୁଛି, ପ୍ରଧାନମବୀ ନରେନ୍ଦ୍ର ମୋଦି ସମୃଦ୍ଧ ଭାରତର ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହାକୁ ଶ୍ରୀ ସାମନ୍ତ ଏଠାରେ ସଫଳ ରୂପାୟନ କରିଛନ୍ତି । ପ୍ରଧାନମବୀଙ୍କ ସ୍ୱପ୍ନ କିଟ୍ ଓ କିସ୍ରେ ଦେଖିବାକୁ ମିଳୁଛି । ପିଲାମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି । ମୁଁ ଏଠାକୁ ଆସି ତୁମମାନଙ୍କଠାରୁ ବହୁତ କିଛି ଶିଖିଲି । ତୁମେମାନେ ତୁମ ଜୀବନରେ କେବେ ହେଲେ କିଟ୍, କିସ୍, ଶ୍ରୀ ସାମନ୍ତ, ତୁମର ପିତାମାତା, ସମାଜ, ସଂସ୍କାର, ସଂସ୍କୃତି ଓ ପରମ୍ପରାକୁ କେବେ ବି ଭୁଲିବ ନାହିଁ । ଅନ୍ୟକୁ ସାହାଯ୍ୟ କରିବାରେ ଖୁସି ରହିଛି । ତୁମେ ମଧ୍ୟ ତୁମ ଜୀବନରେ ଶ୍ରୀ ସାମନ୍ତଙ୍କ ପରି ଅନ୍ୟମାନଙ୍କୁ ସାହାଯ୍ୟ କରି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି ଶ୍ରୀ ରାୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଓ କିସ୍ର ସଂପାଦକ ଆର ଏନ୍ ଦାଶ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ