Odia News Portal

ଜୁଆ ଆଡାରେ ଚଢ଼ାଉ, ୮ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଛି । ଏଥିପାଇଁ ବାଲିଗୁଡାର ୧୩ଯାକ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଘରୁ ନ ବାହାରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ତଥାପି କରୋନା ଭୟାଭୟକୁ ଖାତିର ନ କରି କଣ୍ଟେନମେଣ୍ଟ ଜୋନ ସତ୍ୱେ ବାହାରକୁ ବାହାରି ଜଙ୍ଗଲ ଭିତରେ ଜୁଆ ଖେଳିବାକୁ ପଛାଉନାହାନ୍ତି ଅମାନିଆ ଜୁଆଳି ।

ବାଲିଗୁଡା ଥାନା ଡହଲପଡି ଜଙ୍ଗଲରେ ଜୁଆ ଆଡା ଜମାଇଥିବା ଅମାନିଆ ଜୁଆ ଆଡା ଉପରେ ବାଲିଗୁଡା ପୋଲିସ ଚଢ଼ାଉ କରିଛି । ଆଠ ଜଣ ଜୁଆଡିଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ । ଅମାନିଆ ଜୁଆଳି ଠାରୁ ନଗଦ ୨୮୧୦୦ ଟଙ୍କା, ଆଠଟି ବାଇକ, ଆଠଟି ମୋବାଇଲ ଫୋନ ଓ ଦଶ ପ୍ଯାକେଟ ତାସ ଜବତ କରିଛି । ଗିରଫ ହୋଇଥିବା ଆଠ ଜୁଆଳି ବାଲିଗୁଡା ଅଂଚଳର । ବାଲିଗୁଡା ସହରର ହାଟପଦା ସାହିର ତାପସ ନାୟକ, ସୁନାପାଙ୍ଗା ର ଜଳନ୍ଧର ପଲେଇ, ବନ୍ଧସାହି ର ଦିଲୀପ ପାତ୍ର, ବଜାର ସାହିର ସିମାଞ୍ଚଳ ପାଣିଗ୍ରାହୀ, ପୂଜାରୀ ସାହିର ସାଧୁ ଚରଣ ମହାପାତ୍ର, ଆଣ୍ଟସାହି ର ଅସିତ ସାହୁ, ବସଷ୍ଟାଣ୍ଡ ଅଂଚଳର ରବୀନ୍ଦ୍ର ସାହୁ ଓ ମେଘନା ନାୟକ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।