କଟକ: ଆଜି କଟକ ଜିଲ୍ଲାରୁ ୭୫ଟି ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ କଟକରୁ ୫୭ ଜଣ ଥିବା ଜଣାଯାଇଛି । ଯେବେକି ଆଜି ୨୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ନେଇ ରିପୋର୍ଟ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ ପୂର୍ବରୁ ହୋମ କ୍ଵାରେଣ୍ଟୀନର ଥିବା ବେଳେ ୧୧ ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ଜଣାଯାଇଛି । ଯେବେକି ଏହା ମଧ୍ୟରୁ ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ନେଇ ରିପୋର୍ଟ ଆସିଛି । ଅନ୍ୟପକ୍ଷରେ ୨ ଜଣ ପେଡ଼ କ୍ଵାରେଣ୍ଟୀନରେ ଥିଲେ । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ, ଏଯାବତ କଟକରୁ ୬୭୧ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୭ ଟି ଆକ୍ଟିଭ କେଶ ରହିଛି । ସହରରୁ ଏଯାବତ ୨୯୬ ଜଣ ଆରୋଗ୍ୟ ଲାଭ କରି ଫେରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି ।