କଟକ : କଟକ ଡିସିପି ସର୍ବସାଧାରଣଙ୍କ ଅଭିଯୋଗ କରିବା ନେଇ ଏକ ନୂଆ Whatsapp ନମ୍ବର ଜାରି କରିଛନ୍ତି । କୋଭିଡକୁ ନେଇ ଜାରି ହୋଇଥିବା ଲକ ଡାଉନ ସମୟରେ ଏହି ନମ୍ବର ଜରିଆରେ ସାଧାରଣ ଜନତା ନିଜ ନିଜ ଅଭିଯୋଗ ଜଣାଇ ପାରିବେ ।
ଏବାବଦରେ ନିଜେ ଡିସିପି ହିଁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଜାରି ହୋଇଥିବା ନମ୍ବରଟି ହେଉଛି – 8763068167 ।
ଏହା ଦ୍ୱାରା ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ, ଜନତା ମାନେ ଡିସିପି ଅଫିସରୁ ଜାରି ହୋଇଥିବା ଏହି ପଦକ୍ଷେପ ଜନସାଧାରଣ ମାନଙ୍କ ତରଫରୁ ସ୍ୱାଗତ କରାଯାଇଛି ।