Odia News Portal

ଜାଲରେ ପଡ଼ିଲା ୮ କ୍ବିଣ୍ଟାଲ ଶାଙ୍କୁଚ

ଚନ୍ଦନେଶ୍ବର  : ସୀମାନ୍ତ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମିଠାରୁ ପ୍ରାୟ ୮ କି.ମି ଦୂର ଦୀଘା ମୁହାଣରୁ ପୁଣି ଏକ ୮ କ୍ବିଣ୍ଟାଲ ଶାଙ୍କୁଚ ଧରା ପଡ଼ିଛି। ପୂର୍ବ ଭାରତର ସର୍ବ ବୃହତ ସାମୁଦ୍ରିକ ମତ୍ସ୍ୟ ଅବତରଣ କେନ୍ଦ୍ର ପଡ଼ୋଶୀ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ରାମନଗର-୧ ବ୍ଲକର ଦିଘା ମୁହାଣ। ଟ୍ରଲରରେ ଅଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଜନୈକ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡ଼ିଥିଲା ବୃହଦାକାର ମାଛ। ସ୍ଥଳ ଭାଗଠାରୁ ପ୍ରାୟ ଶହେ କିମି ଦୂର ଜାଲରେ ଅନ୍ୟ ମାଛ ସହିତ ଏହି ବିଶାଳ ମାଛଟି ଲାଗି ଥିଲା। ବହୁ କଷ୍ଟରେ ସେମାନେ ମାଉଟିକୁ ସ୍ଥଳ ଭାଗକୁ ନେଇ ଆସିଥିଲେ।

ଏହି ମାଛର ଓଜନ ପାଖାପାଖି ୭୮୦ କେଜିରୁ ଅଧିକ ଥିବାବେଳେ ସ୍ଥାନୀୟ ରାଣା ଘାଟର ଏକ ପାଇକାରୀ ମତ୍ସ୍ୟ ବ୍ୟବସାୟୀ ଏହାକୁ ୫୦ ହଜାର ଟଙ୍କାରେ ନିଲାମ ହୋଇଛି। ମାଛଟିର ଲମ୍ବ ୨୦ ଫୁଟ ଥିବାବେଳେ ପ୍ରସ୍ଥ ପ୍ରାୟ ୩୫ ଫୁଟ ହେବ। ସାଧାରଣତଃ ଏହି ମାଛକୁ ଲୋକେ ଖାଇବା ସହିତ ଏଥିରୁ ଔଷଧ ମଧ୍ୟ ତିଆରି ହୋଇଥାଏ ବୋଲି ଦିଘା ଫିସାରମେନ୍‌ ଏଣ୍ଡ ଫିସ ଟ୍ରେଡାର ଏସୋସିଏସନର ସଦସ୍ୟ ନବ କୁମାର ପରିଡ଼ା କହିଛନ୍ତି। ସ୍ବେଦେଶ ସହିତ ବିଦେଶରେ ମଧ୍ୟ ଏହି ମାଛର ଚାହିଦା ବେଶ୍‌ ରହିଛି। ସୂଚନା ଥାଉକି, ଗତ ମାର୍ଚ୍ଚ ୨ ତାରିଖରେ ସେହି ମୁହାଣରେ ଏକ କ୍ବିଣ୍ଟାଲ ଶଙ୍କୁଚ ଧରା ପଡ଼ିଲା। ସେହିପରି ଜୁନ୍‌ ୬ ତାରିଖରେ ମନ୍ଦାମଣି ବେଳା ଭୂମିରୁ ପ୍ରାୟ ୫୦ ଟନର ଏକ ମୃତ ତିମି ଉଦ୍ଧାର ହୋଇଥିଲା।