ଗାଜିଆବାଦ : ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ ସେକ୍ସ ରାକେଟର କରିଛି ପର୍ଦାଫାଶ। ଏକ ଭଡା ଘରେ କିଛି ଝିଅ ଦେହବେପାର କାରବାର କରୁଥିବା ବେଳେ ସୋସିଆଲ ମିଡିଆ ମାଧ୍ୟମରେ ଏହି ରାକେଟକୁ ପରିଚାଳିତ କରୁଥିଲେ। ଶନିବାର ଏହି ରେଡ୍ କରାଯାଇଥିବା ବେଳେ ପୁରା ମାମଲାର ଖୁଲାସା ହୋଇଛି। ଗାଜିଆବାଦର ସାହିବାବାଦ ଥାନା ଅନ୍ତର୍ଗତ ଶାଲିମାର ଗାର୍ଡେନ ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଚଢାଉ ବେଳେ ଦେହ ବେପାରରେ ଲିପ୍ତ ୮ ଯୁବତୀ ଓ ୭ ଝିଅଙ୍କୁ ଗିରଫ କରାଯାଇଛି। ପୋଲିସର କହିବା ଅନୁସାରେ, ଗତ କିଛି ସମୟ ଧରି ଏହି ଝିଅମାନେ ଦେହବେପାର ଧନ୍ଦାରେ ଲିପ୍ତ ଥିଲେ। ସେଠାରେ ରହୁଥିବା ଜଣେ ମହିଳା, ବହୁ ଦୂରରୁ ଝିଅମାନଙ୍କୁ ଏଠାକୁ ଆଣି ମେକଅପ୍ କରିବା ପରେ ତାଙ୍କୁ ଦିଲ୍ଲୀରେ ବହୁ ସ୍ଥାନକୁ ଦେହ ବେପାର ପାଇଁ ସପ୍ଲାଇ କରୁଥିଲେ।
ଦୀର୍ଘ ସମୟ ଧରି ସେକ୍ସ ରାକେଟର ଏହି ଧନ୍ଦା ଚାଲିଥିଲା। ମୋବାଇଲରେ ହ୍ବାଟସଆପ୍ ଓ ସୋସିଆଲ ମିଡିଆ ଜରିଆରେ ଏହି ସେକ୍ସ ରାକେଟକୁ ଚଲାଯାଉଥିଲା। ଦେହ ବେପାର ପାଇଁ ସେଠାର ଶାଲିମାର ଗାର୍ଡେନ ଅଞ୍ଚଳର କମ୍ପଲେକ୍ସ ପାଇଁ ଏକ ଫ୍ଲାଟରେ ଝିଅକୁ ରଖାଯାଇଥିଲା, ଯେଉଁଠି ତାଙ୍କ କଷ୍ଟମର ପହଁଞ୍ଚୁଥିଲେ। ଏଠାରୁ ଝିଅମାନଙ୍କୁ ସେକ୍ସ ବେପାର ପାଇଁ ବାହାରକୁ ପଠାଯାଉଥିଲା। ପୁରା ମାମଲାର ସୂଚନା ଦେଇ ଗାଜିଆବାଦର ସିଇଓ ମହିପାଲ ସିଂ କହିଛନ୍ତି, ପୋଲିସକୁ ସୂଚନା ମିଳିଥିଲା ଯେ, ଶାଲିମାର ଗାର୍ଡେନ ସ୍ଥିତ ଏକ ଫ୍ଲାଟରେ ଜଣେ ମହିଳାଙ୍କ ଦ୍ବାରା ବହୁ ଦୂରରୁ ଝିଅଙ୍କୁ ନେଇ ଦେହବେପାର ଧନ୍ଦା କରାଯାଉଥିଲା।
ଏହି ସୂଚନାକୁ ଗମ୍ଭୀରତାର ସହ ନେଇ ପୋଲିସ ଦ୍ବାରା ଚଢାଉ କରାଯାଇଥିଲା ତେବେ ଫ୍ଲାଟ ଭିତରେ ୮ଟି ପୁଅ ଓ ୭ ଜଣ ଝିଅଙ୍କୁ ଗିରଫ କରାଯାଇଥିଲା। ଗିରଫ କରିବା ପରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଜେଲ ପଠାଇ ଦେଇଛି। ଦେହ ବେପାର ଧନ୍ଦା କରୁଥିବା ମୁଖିଆ ଜଣକ ମହିଳା। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇସାରିଛି ଓ ମହିଳା ଜଣକ ପୋଲିସକୁ କହିଛନ୍ତି, ଏବେ ସେ ନିଜର ପିଲାଙ୍କ ପାଠବଢା ଓ ପରିବାରକୁ ଚଳାଇବା ପାଇଁ ବାଧ୍ୟ ହୋଇ ଏହି ଧନ୍ଦାରେ ଲିପ୍ତ ହୋଇଥିଲେ। ପୋଲିସ ପଚରାଉଚରା କରିବା ପରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିନେଇଛି ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।