ଭୁବନେଶ୍ଵର : ରାଜ୍ୟରେ ବଢୁଛି ସୁସ୍ଥତା ହାର। ଆଜି ଆଉ ୫୮୧ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଗଞ୍ଜାମରୁ ୧୬୦, ଖୋର୍ଦ୍ଧାରୁ ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡର ୨୫, ଭଦ୍ରକର ୨୩, କେନ୍ଦୁଝରର ୧୯, ଅନୁଗୁଳର ୧୭, କନ୍ଧମାଳର ୧୭, ଜଗତସିଂହପୁରର ୧୪, ସମ୍ବଲପୁର ୧୪, ମୟୂରଭଞ୍ଜ ୧୨, ରାୟଗଡା ୧୨, ସୁନ୍ଦରଗଡ ୧୨, ବାଲେଶ୍ବର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୯, ପୁରୀ ୯, ଡେଙ୍କାନାଳ ୮, ଯାଜପୁର ୭, ବଲାଙ୍ଗିର ୬, ବୌଦ୍ଧ ୫, ଦେବଗଡ ୩, ନବରଙ୍ଗପୁର ୨, କୋରାପୁଟ ଓ ନୟାଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୭୩୭୩ରେ।