Odia News Portal

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ

ମାଲକାନଗିରି : ନୂଆ ଢ଼ଙ୍ଗରେ ସହିଦ ସପ୍ତାହ ପାଳନ କରିବା ପାଇଁ ଜଣେଇଲେ ମାଓବାଦୀ। ଏଥର ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ଟେପ ରେକର୍ଡ ମାଧ୍ୟମରେ ବାର୍ତ୍ତା ରଖିଲେ ମାଓ ସଙ୍ଗଠନ। ସେ ପୁଣି ରାଜ ରାସ୍ତାରେ। ରାସ୍ତା ଉପରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଏବଂ ତା ସହିତ ସାଉଣ୍ଡ ବକ୍ସ ଯୋଗେ ମାଓବାଦୀଙ୍କ ସହିଦ ଦିବସ ପାଳନ ପାଇଁ ସାଧାରଣ ଆହ୍ୱାନ ଜଣେଇଛନ୍ତି ମାଓବାଦୀ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାର ପାଖାଞ୍ଜୁର ନିକଟରେ। ତେବେ ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ କରି ଦେଖିବାକୁ ମିଳିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଆଜିଠାରୁ ଆସନ୍ତା ଅଗଷ୍ଟ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳନ କରୁଛନ୍ତି ସହିଦ ସପ୍ତାହ।

ଏହିଦିନ ମାନଙ୍କରେ ସହୀଦ ସାଥି କମ୍ରେଡ଼ ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଗାଁ ଗାଁ ରେ ସହିଦ ସ୍ତମ୍ଭ ନିକଟରେ ଲାଲ ସଲାମ ଦେବା ସହ ମାଓ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଆହ୍ୱାନ ଦେଇଥାନ୍ତି। ଏନେଇ ମାଲକାନଗିରି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାର ସୀମା ସିଲ କରାଯାଇ କମ୍ବିଂ ଅପରେସନ ଜୋରଦାର କରାଯାଇଥିବା କହିଛନ୍ତି ଏସପି ।