ଭୁବନେଶ୍ଵର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି ଉଦଘାଟନ କରିଥିଲେ।
ସରକାରଙ୍କର କରୋନା ନିର୍ଦେଶାବଳିକୁ ଅନୁପାଳନ କରି ରକ୍ତଦାତା ମାନେ ରକ୍ତଦାନ କରିଥିଲେ।
ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଏହି ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।ସେବା ଫାଉଣ୍ଡେସନ ଓ ସମର୍ପିତ ଓଡ଼ିଶାର ସଦସ୍ୟ, ସଦସ୍ୟା ମାନେ ଏହି ଶିବିର କୁ ପରିଚାଳନା କରିଥିଲେ। ଏହି କରୋନା ମହାମାରୀ ସମୟରେ ସମର୍ପିତ ଓଡିଶାର ଏହା ୨୧ତମ ଓ କମିଶନରେଟ ପୋଲିସ ସହଭାଗିତାରେ ଅଷ୍ଟମ ଶିବିର ଅଟେ। ଆଗାମୀ ଦିନରେ ମଧ୍ୟ ଏହିପରି ରକ୍ତ ସଂଗ୍ରହ ଅଭିଯାନ ଚାଲୁ ରହିବ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଛନ୍ତି।