ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ଦ୍ରୁତଗତିରେ ବଢ଼ି ବଢ଼ି କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ଏହାସହ ବଢ଼ୁଛି କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା । ଓଡ଼ିଶାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷେ ସଂକ୍ରମିତଙ୍କ ସୁସ୍ଥ ହାରରେ ମଧ୍ୟ ସୁଧାର ଦେଖାଦେଇଛି ।
ଏହା ମଧ୍ୟରେ ଏକ ଆଶ୍ୱିସ୍ତିକର ଖବର ଏହା ଯେ, ରାଜ୍ୟରେ ଆଜି(ମଙ୍ଗଳବାର) ୬୮୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮,୦୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୩୦୭ ଜଣ, ଜଗତସିଂହପୁରରୁ ୫୯ ଜଣ, ଭଦ୍ରକରୁ ୫୨ ଜଣ, ନୟାଗଡରୁ ୩୫ ଜଣ, ଝାରସୁଗୁଡାରୁ ୩୦ ଜଣ, ଯାଜପୁରରୁ ୨୫ ଜଣ, କଟକରୁ ୨୪ ଜଣ, ଗଜପତିରୁ ୨୩ ଜଣ, ମାଲକାନଗିରିରୁ ୧୮ ଜଣ, କୋରାପୁଟରୁ ୧୭ ଜଣ, କନ୍ଧମାଳରୁ ୧୬ ଜଣ, କେନ୍ଦୁଝରରୁ ୧୪ ଜଣ, ବରଗଡରୁ ୧୨ ଜଣ, ବାଲେଶ୍ୱର, କେନ୍ଦ୍ରାପଡା ଓ ସମ୍ୱଲପୁରରୁ ୧୧-୧୧ ଜଣ, ରାୟଗଡାରୁ ୧୦ ଜଣ, ନବରଙ୍ଗପୁରରୁ ୩ ଜଣ, କଳାହାଣ୍ଡିରୁ ୨ ଜଣ, ବଲାଙ୍ଗିର ଓ ସୁନ୍ଦରଗଡରୁ ଜଣେ ଲେଖାଁଏ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।