Odia News Portal

୧୫ ଫୁଟର ବିଶାଳ ଅହିରାଜ ସାପ ଉଦ୍ଧାର

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅର୍ନ୍ତଗତ ଗୋଡିପଡା ଗାଁରେ ଏକ ୧୫ ଫୁଟର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁକୁରିଆ ବେହେରାଙ୍କ ଘରେ ଏକ ୧୫ ଫୁଟର ବିଶାଳ ଅହିରାଜ ସାପ ଦେଖିବାକୁ ମିଳଥିଲା ।

ଏହାପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଓଡ଼ଗାଁ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଗନ୍ନାଥ ସାହୁ, ସୁଭାଷିଶ ସାମନ୍ତରାୟ ଏବଂ ଅଜୟ ସାହୁ ପ୍ରମୁଖ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ।