Odia News Portal

ମୋହନା ପୋଲିସ ଦ୍ବାରା ୫୩ କିଲୋ ଗଞ୍ଜେଇ ଜବତ

ମୋହନା :  ଗଞ୍ଜେଇର ଗଡ ପାଲଟିଯାଇଛି ଗଜପତି। ଦୈନିକ ଗଜପତି ଓ ମୋହନା ପୋଲିସ ଦ୍ବାରା ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଗଲା ପରେ  ମଧ୍ୟ ଥମିବାରେ ନାଁ ନେଉନି ଚୋରା କାରବାର। ମୋହନା ପୋଲିସ ମଙ୍ଗଳବାର ପୂର୍ବାହ୍ନ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାନ୍ଦିପୁଟ ପଟୁ ଆସୁଥିବା ଏକ ହୋଣ୍ଡାସିଟି କାର କୁ ଯାଞ୍ଚ କରିଥିଲା। ସେଥିରୁ ଦୁଇବସ୍ତା ପ୍ଲାଷ୍ଟିକ ବ୍ୟାଗରୁ ୫୩ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ।

ଗଞ୍ଜେଇ ଚାଲାଣ ଅଭିଯୋଗରେ ଝାଡ଼ଖଣ୍ଡର ଧନବାଦ ଅଞ୍ଚଳର ଡ୍ରାଇଭର ପ୍ରମିନ୍ଦ୍ର କୁମାର ରୟ ଏବଂ ପବନ ପ୍ରସାଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇ ବାଘମାରି-ଶିକୁଳିପଦର ଅଞ୍ଚଳରୁ ଝାଡ଼ଖଣ୍ଡ ଚାଲାଣ କରାଯାଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ପୋଲିସ s.d.p.o ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଚଢ଼ାଉ ପ୍ରକ୍ରିୟା ରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ ।