ପୁରୀ : ପୁରୀ ପୌରପାଳିକା ଅନ୍ତର୍ଗତ ପେଣ୍ଠକଟା କଣ୍ଟେନମେଣ୍ଟ ଜୋନରେ କାର୍ୟ୍ୟରତ କରୋନା ଯୋଦ୍ଧା ପୋଲିସ ମାନକୁ ସ୍ଥାନୀୟ ଯୁବକ ମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ସହ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ସୁବୁଦ୍ଧି, ସନ୍ତୋଷ ମହାରଣା, ଆଦେଶ ପାତ୍ର, ରାଜକିଶୋର ସ୍ୱାଇଁ ସହଯୋଗ କରିଥିଲେ। ରାଜ୍ୟରେ ବୁଧବାର ଦିନ ଆଉ ୧୦୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏହି କ୍ରମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ କୁ ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମୁତାବକ, ଏ ଯାଏ ୧୦,୯୨୦ ଜଣ ଚିକିତ୍ସାଧୀନରେ ରହିଥିବା ବେଳେ ରାଜ୍ୟରେ ୧୮,୦୬୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏଥି ମଧ୍ୟରେ ପୁରୀ ଜିଲ୍ଲାରେ ବୁଧବାର ଦିନ ୧୬ ଜଣ କରୋନା ପଜିଟିଭ ଥିବା ବେଳେ ଏବେ ପୁରୀରେ ୭୦୮ କରୋନା ପଜିଟିଭ୍ ।