Odia News Portal

ପ୍ଲାଜମା ଦାନ କଲେ ଓଡିଶାର ପ୍ରଥମ ମହିଳା, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ଵର : କରୋନାର ଗୁରୁତର ରୋଗୀଙ୍କ ପାଇଁ  ସଂଜୀବନ ସାଜିଛି ପ୍ଲାଜମା। ଏଥିପାଇଁ କରୋନାରୁ ଆରୋଗ୍ୟ ଲାଭ କରିଥିବା ସମସ୍ତ ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଅନେକ କରୋନାରୁ ଆରୋଗ୍ୟ  ହୋଇଥିବା ବ୍ୟକ୍ତି ମଧ୍ୟ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦେବାକୁ ଆଗେଇ ଆସୁଛନ୍ତି।

ତେବେ ଏହି କ୍ରମରେ ଓଡିଶାର ପ୍ରଥମ ମହିଳା ଭବେ ଏସସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା  ଦାନ କରିଛନ୍ତି। କେବଳ ସେତିକି ନୁହେଁ ଏହି ମହିଳା ରାଜ୍ୟର  ପ୍ରଥମ କୋଭିଡ ଯୋଦ୍ଧା ଭାବେ ମଧ୍ୟ ପ୍ରଥମ। କରୋନାରୁ ଆରେଗ୍ୟ ହେବା  ପରେ ସେ ଆଜି ପ୍ଲାଜମା ଦାନ କରିଛନ୍ତି। ଏହି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।