ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଉଜାଡ଼ି ଦେଇଛି ସ୍ମାର୍ଟ ନଗରୀ ଭୁବନେଶ୍ୱରର ଅନେକ ବିଶାଳକାୟ ବୃକ୍ଷ । ଗୋଟେ ଗୋଟେ ବୃକ୍ଷର ବୟସ ପାଖାପାଖି ୨୦ ବର୍ଷରୁ ଊଦ୍ଧ୍ୱର୍ ହେବ । ଚାରିଆଡ଼େ ଚାହିଁଲେ ଖାଁ ଖାଁ ଲାଗୁଛି । ସତେଯେପରି ଶ୍ରୀହୀନ ହୋଇପଡ଼ିଛି ରାଜଧାନୀ । ଖରାହେଲେ ଗଛଛାଇ ସ୍ୱପ୍ନ ପାଲଟି ଯାଇଛି । ସମ୍ପ୍ରତି ଦିନକୁ ଦିନ ଜଳବାୟୁର ଯେଭଳି ପରିବର୍ତ୍ତନ ଘଟୁଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି । ଏଣୁ ବୃକ୍ଷ ରୋପଣ ହିଁ ଏକମାତ୍ର ସମାଧାନର ରାସ୍ତା ।
