Odia News Portal

ଗାଁ ଗାଁ ପିଲା ଖୋଜୁଛନ୍ତି ଘରୋଇ ଵିଜ୍ଞାନ କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର : ରାଜ୍ୟରେ ଥିବା ଯୁକ୍ତ ଦୁଇ ବିଜ୍ଞାନ କଲେଜ ଗୁଡିକ ଏବେ ତିଷ୍ଠି ରହିବାପାଇଁ ଗ୍ରାମାଞ୍ଚଳ ଉପରେ ନଜର ପକାଇଛନ୍ତି । ସେମାନଙ୍କ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ କିଭଳି ମାଟ୍ରିକ ପାଶ୍‍ କରିଥିବା ଛାତ୍ରଛାତ୍ରୀଙ୍କୁ ଆଣି ନାମ ଲେଖାଇବେ ସେଥିପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଅବଧି ବୃଦ୍ଧି ସହିତ କୋଚିଂ ସେଣ୍ଟର ଗୁଡିକ ବନ୍ଦହୋଇ ଯାଇଥିବାରୁ ଛାତ୍ରଛାତ୍ରୀମାନେ ବିଜ୍ଞାନ ପଢିବାକୁ ପଛଘୁଞ୍ଚା ଦେଉଛନ୍ତି ।  ମାର୍ଚ୍ଚ ମାସରୁ କରୋନା କଟକଣା ଜାରି ହେବା ପରଠାରୁ ଯୁକ୍ତ ଦୁଇ ବିଜ୍ଞାନ କଲେଜ ସମେତ କୋଚିଂ ସେଣ୍ଟର ଗୁଡିକ ବନ୍ଦହୋଇ ରହିଛି । କଲେଜ କର୍ମଚାରୀ ଓ ଅଧ୍ୟାପକ ତ ଦୂରରକଥା ଅନେକ ଘରୋଇ କଲେଜ କତ୍ତୃ ର୍ପକ୍ଷ ଘରଭଡା ଓ ବିଜୁଳି ବିଲ୍‍ ଦେବାପାଇଁ ଅସମର୍ଥ ହୋଇଛନ୍ତି । କର୍ମଚାରୀମାନେ ଦରମା ନପାଇ ଗାଁକୁ ପଳାଇଥିବାବେଳେ ଅଧ୍ୟାପକମାନେ ହାତବାନ୍ଧି ବସିଛନ୍ତି । ଘରୋଇ କଲେଜରେ ଥିବା ଗାଡି ଗୁଡିକ ଖତ ହେବା ଆରମ୍ଭ କରିଥିବାବେଳେ ଗାଡିଚାଳକମାନେ ଗାଁକୁ ଯାଇ ଅନ୍ୟ ବ୍ୟବସାୟ ଆରମ୍ଭ କରିଦେଲେଣି ।

 

କରୋନା ଯୋଗଁ ୁ ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ମଧ୍ୟ ଢେର ବିଳମ୍ବରେ ପ୍ରକାଶ ପାଇଛି । ଫଳ ପ୍ରକାଶ ପାଇବାବେଳେ ସହରାଞ୍ଚଳର କୃତୀ ଛାତ୍ରଛାତ୍ରୀମାନେ କେଉଁ ବିଷୟରେ ପଢିବେ ତାହା ସ୍ଥିର କରିପାରୁ ନାହାନ୍ତି । କାରଣ କଲେଜରେ ନାମ ଲେଖା ପରେ କେବେ ପାଠପଢା ହେବ ଓ କୋଚିଂ ସେଣ୍ଟର ଗୁଡିକ କେବେ ଖୋଲିବ ତାହାର କୌଣସି ଠିକଣା ନାହିଁ । ଯେଉଁସବୁ କୋଚିଂ ସେଣ୍ଟର ଗୁଡିକ ଅନ୍‍ଲାଇନ୍‍ରେ ପାଠ ପଢାଉଛନ୍ତି ତାହା ମାଧ୍ୟମରେ ବିଜ୍ଞାନ କୋଚିଂ ନେବା ଏତେଟା ସହଜ ହେଉନଥିବା ଅନେକ ଛାତ୍ରଛାତ୍ରୀ ମତ ଦେଉଛନ୍ତି । ଫଳରେ ଘରୋଇ ବିଜ୍ଞାନ କଲେଜ ପ୍ରତି ବହୁ ଛାତ୍ରଛାତ୍ରୀ ବିମୁଖ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ଘରୋଇ ବିଜ୍ଞାନ କଲେଜ ଗୁଡିକ ଏବେ ଗାଁ ଗହଳର ଛାତ୍ରଛାତ୍ରୀଙ୍କ ଉପରେ ନଜର ପକାଇଛନ୍ତି । ସେମାନଙ୍କୁ ଆକୃଷ୍ଟ କରିବା ଲାଗି କର୍ମଚାରୀମାନେ ଯାଇ ଗାଁ ଗାଁରେ ବୁଲୁଥିବା ଦେଖିବାକୁ ମିଳୁଛି । ଯଦି ଛାତ୍ରଛାତ୍ରୀମାନେ ନଆସିବେ
ଗାଁ ଗାଁ ତେବେ କଲେଜ ବନ୍ଦ ହେବା ନିଶ୍ଚିତ ଥିବାରୁ କର୍ମଚାରୀମାନେ ଆପ୍ରାଣ୍ୟ ଉଦ୍ୟମ ଚଳାଇଛନ୍ତି ।

 

କତେକେ କଲେଜ ମାଲିକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆଣିବାପାଇଁ କର୍ମଚାରୀଙ୍କ ସକାଶେ ସ୍କିମ୍‍ ତିଆରି କରିଥିବା ସୂଚନା ମିଳିଛି ।
ତେବେ ଗାଁ ଗହଳରେ କମ୍‍ ପ୍ରତିଶତ ନମ୍ବର ରଖି ବିଜ୍ଞାନ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏମାନେ ଟାର୍ଗେଟ କରୁଥିବାବେଳେ ଏ ବାବଦରେ କେତେ ଅର୍ଥ ବ୍ୟୟ ହେବ ଓ ପିଲାମାନେ କିଭଳି ପଢିବେ ତାହାର ସଠିକ୍‍ ଚିତ୍ର ଉପସ୍ଥାପନ କରୁନାହନ୍ତି । ବିଭିନ୍ନ ଲୋଭନୀୟ ଅଫର ଦେଖାଇ ଛାତ୍ରଛାତ୍ରୀଙ୍କୁ କିଭଳି କଲେଜରେ ଭର୍ତ୍ତି କରିବେ ସେହି ଚିନ୍ତାରେ ଅଛନ୍ତି । ତେଣୁ କରୋନା ମହାମାରୀ ସମୟରେ ଏହି ଘରୋଇ କଲେଜ ଗୁଡିକ ଯେଭଳି ଅଭିଭାବକଙ୍କୁ ଶୋଷଣ ନକରନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ଏବେ ଦାବି ହେଲାଣି । ତେବେ ଚଳିତବର୍ଷ ରାଜ୍ୟରେ ଥିବା ଅନେକ ଘରୋଇ ବିଜ୍ଞାନ କଲେଜରେ କରୋନା ଯୋଗୁଁ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ବୋଲି ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତି ।