ଭୁବନେଶ୍ୱର : ରାତିରେ ବିରଳ ଚନ୍ଦ୍ର ଗ୍ରହଣ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାପାଠ ସହ ଦେବନୀତି, ଖାଦ୍ୟ ଗ୍ରହଣ ଓ ଅନ୍ନ ଭୋଜନ କରିପାରିବେ । ବୁଧବାର ଭୋର ୪ଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ହୋଇପାରିବ । ଗ୍ରହଣର ୭ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ କରିବା ଅନୁଚିତ ।
ଭାରତୀୟ ସମୟ ଅନୁସାରେ ପୁରୀରେ ରାତି ୧୨ଟା ୧୪ ମିନିଟରୁ ଗ୍ରହଣ ବେଳା ଆରମ୍ଭ ହେବ । ରାତି ୧ଟା ୩୧ରେ ୬୫ ପ୍ରତିଶତ ଗ୍ରହଣ ଲାଗିବା ପରେ ଭୋର ୪ଟା ୩୦ରେ ସର୍ବମୋକ୍ଷ ହେବ ।
ତେଣୁ ଆଜି ଅପରାହ୍ନ ୪ଟା ୩୧ରୁ ପାକ ତ୍ୟାଗ ଓ ଦେବସ୍ନାନ ନୀତି ନିଷେଧ । ରାତି ୩ଟା ୧୫ ମଧ୍ୟରେ ମେଷ, ବୃଷ, ମୁଥୁନ, ଧନୁ, ମକର, କର୍କଟ, କୁମ୍ଭ ଓ ମିନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ । ସିଂହ, କନ୍ୟା, ତୁଳା, ବିଛା ରାଶି ପାଇଁ ଗ୍ରହଣ ଶୁଭ ଫଳ ଦେବ । ତେବେ ଛୋଟ ପିଲା, ରୋଗୀ, ବୃଦ୍ଧଙ୍କ କ୍ଷେତ୍ରରେ ନିୟମ ଲାଗୁ ନହେଲେ ଚଳିବ ।