Odia News Portal

ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ଵର : ଅମୃତ ସଂଜୀବନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପବିତ୍ର ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ତୁଳସୀପୁର ଗ୍ରାମ ପଞ୍ଚାୟତ ନାଗରିକ ମଞ୍ଚ ଓ ସମର୍ପିତ ଓଡ଼ିଶା ର ମିଳିତ ଆନୁକୂଲ୍ୟରେ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଙ୍କୀ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

କଟକ ରେଡ଼କ୍ରସ ରକ୍ତଭଣ୍ଡାର ଦ୍ୱାରା ଉକ୍ତ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା। ସରକାର ଙ୍କର କୋଭିଡ କଟକଣା କୁ ମାନି ପ୍ରତ୍ୟେକ ରକ୍ତଦାତା ରକ୍ତଦାନ କରିଥିଲେ।
ସମର୍ପିତ ର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ। ନିରବିଛିନ୍ନ ଭାବରେ ଏହି କରୋନା ସମୟରେ ବିଭିନ୍ନ ସ୍ଥାନରେ ସାମାଜିକ ସଂଗଠନ ସମର୍ପିତ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ମହାମାରୀ ସମୟରେ ଏହା ସମର୍ପିତ ର ୨୨ ତମ ଶିବିର ଅଟେ।