କାମାକ୍ଷାନଗର : ମହାମାରୀ କରୋନାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଗଭର ହୋଇଛନ୍ତି ୪ଯୁବକ । ଏହି ଚାରିଜଣ ଯୁବକ କରୋନା ସଂକ୍ରମିତ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଢେଙ୍କାନାଳ ଜିଲ୍ଲାର ଏହି ଚାରି ଜଣ ଯୁବକ ସୋମବାର ପ୍ଲାଜମା ଦାନ କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମାଧ୍ୟମରେ କଟକ ଏସସିବି ଯାଇଛନ୍ତି ।
ଏମାନେ ହେଲେ ଭୁବନ ବ୍ଲକ ଜିରାଳର ସରୋଜ ଖୁଣ୍ଟିଆ ଓ ମାନସ ରାଉତ, ସାନବ୍ରହ୍ମପୁରର ପତିତପାବନ ନାୟକ ଓ କାମାକ୍ଷାନଗର ନୂଆ ଆଳୁତମାର ଔରଙ୍ଗଜେବ ନାୟକ ବୋଲି ଜଣାପଡିଛି ।
