Odia News Portal

ଇମ୍ୟୁନିଟି ବୁଷ୍ଟର ବିଜ୍ଞାପନ ପରେ ସାଧାରଣ ଲୋକେ ଜଳକା

ଭୁବନେଶ୍ୱର : କରୋନା ପ୍ରକୋପ ବଢିବା ସହିତ ଲୋକଙ୍କୁ ଏବେ ‘ଇମ୍ୟୁନିଟି ବୁଷ୍ଟର’ ବା ରୋଗ ପ୍ରତିରୋଧ ପାଇଁ ମିଳୁଥିବା ବିଭିନ୍ନ ସାମଗ୍ରୀର ବିଜ୍ଞାପନ ବାଉଳା କଲାଣି । ଅବସ୍ଥା ଏଭଳି ହୋଇଛି ଲୋକେ କରୋନାରୁ ରକ୍ଷା ପାଇବାପାଇଁ ଏକାଧିକ କମ୍ପାନୀର ସାମଗ୍ରୀ ଖରିଦ କରୁଥିବାବେଳେ କମ୍ପାନୀ ଗୁଡିକ
ବି ଲୋକଙ୍କ ବିକଳିଆ ଅବସ୍ଥାକୁ ଦେଖି ଭଳିକି ଭଳି ସାମଗ୍ରୀ ବଜାରକୁ ଛାଡି ତାହାର ଜୋରଦାର ପ୍ରଚାର କରାଇବାରେ ଲାଗିଛନ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ କେତେକ ପରାମର୍ଶ ଦେଇଛି । ଏଥି ମଧ୍ୟରେ
ବଜାରରେ ମିଳୁଥିବା ଅଳ୍ପ ଦାମର ସାମଗ୍ରୀ ରହିଛି । ଯେମିତି
କି ଲବଙ୍ଗ, ଗୁଜୁରାତି, ଡାଳଚିନି, ତେଜପତ୍ର, ମହୁ, ହଳଦୀ ଓ ତୁଳସୀପତ୍ର ଆଦି । ତେବେ ଲୋକେ ଏଥିପ୍ରତି ଆଗହ୍ର ୀ ହେବା ଦେଖି କିଛି କମ୍ପାନୀ ଏବେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀରେ ଏହା ରହିଥିବା ଦର୍ଶାଇ ତାହାକୁ ବିଜ୍ଞାପିତ ଆରମ୍ଭ କରିଛନ୍ତି ।

ଚ୍ୟାବନପ୍ରାସ ହେଉ କିମ୍ବା ମହୁ ସବୁଥିରେ ଏବେ ଇମ୍ୟୁନିଟି ବୁଷ୍ଟର ଲେଖାହୋଇ ବଜାରକୁ ଆସିବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ କିଛି କମ୍ପାନୀ ଚ୍ୟାବନପ୍ରାସର ଚକୋଲେଟ ସହିତ ଅନ୍ୟାନ୍ୟ ଜଡିବୁଟିର ରୋଗ ପ୍ରତିରୋଧ ବଟିକାର ବି ଜୋରଦାର ପ୍ରଚାର ଆରମ୍ଭ କରିଦେଲେଣି । ପ୍ରଚାର ଦୌଡରେ ପଛରେ ପଡିଯିବା ଆଶଙ୍କା ଓ ବେପାର ବଢାଇବା ଲାଗି ଏବେ କିଛି ଟୁଥ୍‍ପେଷ୍ଟ କମ୍ପାନୀ ସେମାନଙ୍କ ଦାନ୍ତଘଷା ସାମଗ୍ରୀ ବ୍ୟବହାର କଲେ ରୋଗ ପ୍ରତିରୋଧ ଶକ୍ତି ବଢିବ ବୋଲି କହିବା ଆରମ୍ଭ କରିଦେଲେଣି । ସେହିଭଳି ପୂର୍ବରୁ ମିଳୁଥିବା କିଛି ଆର‌୍ୟୁବେଦିକ ସାମଗ୍ରୀର ଖୋଳ ଉପରେ ଏବେ ଇମ୍ୟୁନିଟି ବୁଷ୍ଟର ବୋଲି ଲେଖାଯିବା ସହିତ ତାହାର ପ୍ରଚାର ଆରମ୍ଭ
ହୋଇଛି । ପୂର୍ବରୁ ଅଁଳା ରସ ଭଳି ସାମଗ୍ରୀକୁ କେବଳ କିଛି ରୋଗର ଶିକାର ହେଉଥିବା ବ୍ୟକ୍ତି ଖାଇଲେ ଭଲ ହେବେ ବୋଲି ପ୍ରଚାର ହେଉଥିବାବେଳେ ଏବେ କରୋନାକୁ ଦୃଷ୍ଟିରେ ରଖି ବିଜ୍ଞାପନର ତରିଆ ବି ବଦଳାଇ ଦିଆଗଲାଣି । ବଡ ବଡ କମ୍ପାନୀଙ୍କ ବିଜ୍ଞାପନରେ ଇମ୍ୟୁନିଟ ବୁଷ୍ଟରକୁ ସର୍ବାଧିକ ଗୁରୁତ୍ୱ
ଦିଆଯାଉଥିବାବେଳେ ଛୋଟ ଛୋଟ ।

କମ୍ପାନୀ ଗୁଡିକ ବି ଏ କ୍ଷେତ୍ରରେ ଅଣ୍ଟା ଭିଡିଛନ୍ତି । ହଳଦୀଗୁଣ୍ଡ ଓ ଲଙ୍କାଗଣ୍ଡୁ ପ୍ରସ୍ତୁତ କରୁଥିବା କମ୍ପାନୀ ସେମାନଙ୍କର ସାମଗ୍ରୀ ଶତ
ପ୍ରତିଶତ ପ୍ରାକୃତିକ ଓ ଏଥିରେ ରୋଗ ପ୍ରତିରୋଧ ଶକ୍ତି ରହିଛି ବୋଲି କହିବା ଆରମ୍ଭ କଲେଣି । ତେଣୁ ଏଭଳି ବିଜ୍ଞାପନ ଭେଳିକିରେ କେଉଁ ସାମଗ୍ରୀରେ କେତେ ପରିମାଣରେ ରୋଗ ପ୍ରତିରୋଧ ଶକ୍ତି ରହିଛି ତାହା ସାଧାରଣ ଲୋକେ ଜାଣିବା କଷ୍ଟକର ହୋଇଥିବାବେଳେ ସରକାର ତୁରନ୍ତ ଏ ଦିଗେରେ ହସ୍ତକ୍ଷେପ ପାଇଁ ମତପ୍ରକାଶ ପାଉଛି । କାରଣ କରୋନାକୁ ନେଇ ଲୋକେ ଯେଭଳି ଭୟଭୀତ ହୋଇ ଅଛନ୍ତି ଏଥିରୁ ରକ୍ଷା ପାଇବାପାଇଁ ଜୀବନ ବିକଳରେ ଗୁଡିଏ ନକଲି ଓ କମ୍‍ ମାନର ସାମଗ୍ରୀ ଖାଇ ଅନ୍ୟ ରୋଗରେ ପୀଡିତ ହେବା କିଛି ନୂଆକଥା ନୁହେଁ ।