Odia News Portal

ଘୁଷୁରୀ ଖାଇବାକୁ ଆସି ଫଶିଗଲା କୁମ୍ଭୀର

ରାଜନଗର: ଘୁଷୁରୀ ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲ ଭିତରେ କୁମ୍ଭୀରଟି ଫଶିଯାଇଛି। ଗତକାଲି କୁମ୍ଭୀରଟି ଏକ ଘୁଷୁରୀକୁ ପାଣି ଭିତରକୁ ଟାଣି ନେଇଥିଲା। ଏହାପରେ ଅଧାଖିଆ ଅବସ୍ଥାରେ ଛାଡି ଚାଲିଯାଇଥିଲା।

ଏହାପରେ ପୁଣି ସନ୍ଧ୍ୟାରେ ଘୁଷୁରୀକୁ ଖାଇବାକୁ ଆସିଥିବାବେଳେ ଗାଁଲୋକେ ମାଟି ପକାଇ ନାଳକୁ ଅବରୋଧ କରିଦେଇଥିଲେ। କୁମ୍ଭୀରକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ ଜମିଛି। ଦୀର୍ଘ ବର୍ଷ ଧରି କୁମ୍ଭୀର ଆକ୍ରମଣରେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି।