ନୂଆଦିଲ୍ଲୀ: ମୋଦି କ୍ୟାବେନଟର ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଆଜି(ମଙ୍ଗଳବାର) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ତାଙ୍କୁ ହରିୟାଣାର ଗୁରୁଗ୍ରାମ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ତାଙ୍କ କର୍ମଚାରୀଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା । ଯାହା ପରେ ସେ ନିଜକୁ କ୍ୱାରାଣ୍ଟାଇନ୍ କରିଥିଲେ ଏବଂ ତା’ପରେ ସେ ନିଜର କୋରୋନା ପରୀକ୍ଷା କରିଥିଲେ । ଏହା ପରେ ମଙ୍ଗଳବାର ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଧର୍ମେନ୍ଦ୍ର ପ୍ରଧାନ ଗତ ବୁଧବାର ମଧ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇ ନଥିଲେ ।
ଅନ୍ୟପକ୍ଷେ ରବିବାର ଗୃହମନ୍ତ୍ରୀ ଅମିତ ଶାହଙ୍କ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେ ମଧ୍ୟ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶାହ ନିଜେ ଟ୍ୱିଟ୍ କରି ନିଜର ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ ।
